ପଦ୍ମ ତୋଳିବାକୁ ଯାଇ ଗାଡ଼ିଆରେ ବୁଡ଼ି ଗଲା ଜଣଙ୍କ ଜୀବନ

You are currently viewing ପଦ୍ମ ତୋଳିବାକୁ ଯାଇ ଗାଡ଼ିଆରେ ବୁଡ଼ି ଗଲା ଜଣଙ୍କ ଜୀବନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଟାଙ୍ଗିରୀ ଗାଁ ନିକଟରେ ଗାଡ଼ିଆକୁ ପଦ୍ମ ଫୁଲ ତୋଳିବାକୁ ଯାଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ, ବାଗଡ଼ିଆ ଗାଁର ଜୟ ସେଠୀ (୫୬) ଅନ୍ୟ ଜଣଙ୍କ ସହ ପଦ୍ମଫୁଲ ତୋଳିବାକୁ ଟାଙ୍ଗିରୀ ଯାଇଥିଲେ। ଟାଙ୍ଗିରୀ – ପାଟକୁମୁଣ୍ଡା ରାସ୍ତାରେ ଥିବା ଏକ ଗାଡ଼ିଆରୁ ପଦ୍ମଫୁଲ ତୋଳିବାକୁ ଜୟ ପାଣିରେ ପଶିଥିଲେ। କିନ୍ତୁ ଫୁଲ ତୋଳିବା ବେଳେ ସେ ଗଭୀର ପାଣିକୁ ଚାଲି ଯାଇଥିଲେ ଓ ବାହାରି ପାରି ନଥିଲେ। ଏହା ଦେଖି ସାଙ୍ଗରେ ଯାଇଥିବା ବ୍ୟକ୍ତି ସେଠାରୁ ପଳାଇଥିଲେ। କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା ଲୋକ ଜୟଙ୍କୁ ପାଣିରେ ବୁଡ଼ି ଥିବା ଦେଖି ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖବର ପାଇ ବାଗଡ଼ିଆ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Share

Leave a Reply