ପୁଣି ହାତୀ ଆତଙ୍କ, ଘରେ ଶୋଇଥିବା ଯୁବକକୁ କଚାଡ଼ି ମାରିଲା ଦନ୍ତା

You are currently viewing ପୁଣି ହାତୀ ଆତଙ୍କ, ଘରେ ଶୋଇଥିବା ଯୁବକକୁ କଚାଡ଼ି ମାରିଲା ଦନ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ପାଳଲହଡା ବନାଞ୍ଚଳ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମରେ ଗତ କାଲି ବିଳମ୍ବିତ ରାତିରେ ଘର ବାରଣ୍ଡାରେ ଶୋଇଥିବା ବେଳେ ଜଣେ ଯୁବକକୁ ଟେକିନେଇ କଚାଡି ମାରିଛି ଦନ୍ତା।ସୂଚନା ଅନୁଯାୟୀ, ପେଚାମୁଣ୍ଡି ଗ୍ରାମର ପବିତ୍ର ନାଏକ ଖାଇ ପିଇ ସାରି ଘରେ ଶୋଇଥିଲେ। ଅତ୍ୟଧିକ ଗରମ ହେବାରୁ ସେ ବାରଣ୍ଡାରେ ଖଟ ପକାଇ ଶୋଇଥିଲେ। ବିଳମ୍ବିତ ରାତ୍ରିରେ ପାଖ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ତାଙ୍କୁ ଶୋଇଥିବା ଅବସ୍ଥାରେ ହିଁ ଟେକି ନେଇ କଚାଡି ଦେଇଥିଲା ଓ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ପବିତ୍ରଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ଲୋକେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଓ ପାଳଲହଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଦେହକୁ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି।

Share

Leave a Reply