ଘରକୁ ଯିବା ବାଟରେ ଜଗିଥିଲା ଯମ! କଣ୍ଟେନର ଚକା ତଳେ ଗଲା ସାଇକେଲ ଆରୋହୀଙ୍କ ଜୀବନ, ଡ୍ରାଇଭର ଅଟକ

You are currently viewing ଘରକୁ ଯିବା ବାଟରେ ଜଗିଥିଲା ଯମ! କଣ୍ଟେନର ଚକା ତଳେ ଗଲା ସାଇକେଲ ଆରୋହୀଙ୍କ ଜୀବନ, ଡ୍ରାଇଭର ଅଟକ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବନ୍ଦା ଛକରେ ଏକ କଣ୍ଟେନର ସାଇକେଲକୁ ଧକ୍କା ଦେବାରୁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବଅଁରପାଳ ଥାନାଧିକାରୀ ପହଞ୍ଚି ଶବକୁ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମୃତକ ବଅଁରପାଳ ବ୍ଲକ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳିର ସୁମନ୍ତ କୁମାର ବିଶୋଇ।

ସୂଚନା ମୁତାବକ, ସୁମନ୍ତ ଆଜି ସକାଳେ ସାଇକେଲ ଯୋଗେ ଅନୁଗୁଳକୁ କିଛି କାମରେ ଆସିଥିଲେ। ସେଠାରୁ କାମ ସାରି ବନ୍ଦା ଛକ ଦେଇ ଘରକୁ ଯିବା ସମୟରେ ପଛପଟୁ କଣ୍ଟେନର ( ଡବ୍ଲୁ ବି ୨୯ ସି ୧୦୨୮) ତାଙ୍କୁ ଧକ୍କା ଦେଇଥିଲା। ସେ କଣ୍ଟେନର ଚକ ତଳେ ଚାପି ହୋଇଯାଇଥିଲେ। ଫଳରେ ତାଙ୍କ ମୃତ୍ୟୁ ହୋଇଛି। ପୋଲିସ କଣ୍ଟେନର ଓ ଡ୍ରାଇଭରକୁ ବଅଁରପାଳ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Share

Leave a Reply