ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଆଠମଲ୍ଲିକ ୪-୧ ଗୋଲରେ ତାଳଚେରକୁ ହରାଇଲା

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଆଠମଲ୍ଲିକ ୪-୧ ଗୋଲରେ ତାଳଚେରକୁ ହରାଇଲା

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିନରେ ଆଠମଲ୍ଲିକ ଓ ତାଳଚେର ମଧ୍ୟରେ ମୁକାବିଲା ହୋଇଥିଲା।ଏହି ଖେଳରେ ଆଠମଲ୍ଲିକ ୪-୧ ଗୋଲରେ ତାଳଚେରକୁ ପରାସ୍ତ କରିଥିଲା । ସୁନାମଧନ୍ୟ ଫୁଟବଲ୍ ଖେଳାଳୀ ଆର୍‌ଆଇ ଟିଗା ମୁଖ୍ୟ ଅତିଥି ଭାବେ ଖେଳକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ,ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଡା ଗୌରଗୋବିନ୍ଦ ସାମନ୍ତ,ସଦସ୍ୟ ଆଇନଜୀବୀ ପ୍ରଦୀପ ଦେବତା,କିଶୋର କର,ଜିନ୍ଦଲ କ୍ରୀଡା ଅଧିକାରୀ ତାପସ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଭୋଲେଶ୍ଵର୍‌ ଗାଗରାଇ ଖେଳ ପରିଚାଳନା‌ କରିଥିବା ବେଳେ ଲାଇନ୍‌ରେ ଧନେଶ୍ଵର ସର୍ଦ୍ଦାର ଓ ମନୋରଞ୍ଜନ ପଟ୍ଟନାୟକ ସହଯୋଗ କରିଥିଲେ। ଆଜି ଆଠମଲ୍ଲିକ ଓ ବ୍ରଜରାଜନଗର ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

Share

Leave a Reply