ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଆଠମଲ୍ଲିକ ୩-୦ ରେ ବ୍ରଜରାଜନଗରକୁ ହରାଇଲା

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ୍ ଆଠମଲ୍ଲିକ ୩-୦ ରେ ବ୍ରଜରାଜନଗରକୁ ହରାଇଲା

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଆଜିର ଖେଳରେ ଆଠମଲ୍ଲିକ ୩-୦ ଗୋଲରେ ବ୍ରଜରାଜନଗରକୁ ପରାସ୍ତ କରିଥିଲା। ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ମ୍ୟାଚକୁ ଉଦ୍‌ଘାଟନ କରିଥିଲେ। ଅବସରପ୍ରାପ୍ତ କ୍ରୀଡା ଅଧିକାରୀ ଗିରିଜା ଭୂଷଣ ମହାନ୍ତି,କ୍ରୀଡା ସଂସଦର ସମ୍ପାଦକ ଡା ଗୌର ଗୋବିନ୍ଦ ସାମନ୍ତ,ବରିଷ୍ଠ ସଦସ୍ୟ ପୀତବାସ ସାହୁ,ପେସ୍କାର ଗଡ଼ନାୟକ,କିଶୋର କର ଏବଂ ମ୍ୟାଚ କମିଶନର ବସନ୍ତ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ମନୋରଞ୍ଜନ ପଟ୍ଟନାୟକ‌ ଖେଳ ପରିଚାଳନା କରିଥିଲେ । ଲାଇନରେ ସହଯୋଗ କରିଥିଲେ ଶ୍ରୀମୁଖ ଗଡ଼ନାୟକ ଏବଂ ଧନେଶ୍ଵର ସର୍ଦ୍ଦାର।
ଆସନ୍ତା କାଲି ମା ବୁଢ଼ୀ କ୍ଳବ୍‌ ଅନୁଗୁଳ ଓ ବାଗେଡିଆ ମଧ୍ୟରେ ମୁକାବିଲା ହେବ।

Share

Leave a Reply