ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

You are currently viewing ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନର ମ୍ୟାଚ୍ ନାଲକୋ ଜୁନିଅର ଏବଂ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଝାରସୁଗୁଡା ଦମଦାର ଖେଳ ପ୍ରଦର୍ଶନ କରି ୩-୧ ଗୋଲରେ ନାଲକୋ ଜୁନିଅରକୁ ହରାଇଥିଲା।

ଦିଲୀପ ରାଉତ ମ୍ୟାଚ ପରିଚାଳନା କରିଥିବାବେଳେ ପ୍ରଶାନ୍ତ ପାଲ ଏବଂ ଶ୍ରୀମୁଖ ଗଡନାୟକ ସହାୟତା କରିଥିଲେ। ଅନୁଗୁଳ କ୍ରିକେଟ ଆସୋସିଏସନର ସମ୍ପାଦକ ସାଗର ନାଥ ମିଶ୍ର, ଶାରୀରିକ କ୍ରୀଡା ନିରୀକ୍ଷକ ପ୍ରଶାନ୍ତ ସିହ୍ନା, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଓ କ୍ରୀଡା ଶିକ୍ଷକ ବିନୋଦ ଦେହୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଝାରସୁଗୁଡାର ରାକେଶ ଓରାମ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ।

Share

Leave a Reply