ନୂଆ ମୋଟର ଚାଳକ ଆଇନକୁ ବିରୋଧ: ଚତୁର୍ଥ ଦିନରେ ଆଠମଲ୍ଲିକର ଗାଡ଼ି ଚାଳକଙ୍କ ପ୍ରତିବାଦ ଆନ୍ଦୋଳନ

You are currently viewing ନୂଆ ମୋଟର ଚାଳକ ଆଇନକୁ ବିରୋଧ: ଚତୁର୍ଥ ଦିନରେ ଆଠମଲ୍ଲିକର ଗାଡ଼ି ଚାଳକଙ୍କ ପ୍ରତିବାଦ ଆନ୍ଦୋଳନ

ଅନୁଗୁଳ: କେନ୍ଦ୍ର ସରକାର ଦ୍ଵାରା ସଂସଦରେ ଗୃହୀତ ମୋଟର ଚାଳକ ଆଇନକୁ ବିରୋଧ କରି ସାରା ଦେଶରେ ଗାଡି ଚାଳକଙ୍କ ଚାଲିଥିବା ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଠ ମଲ୍ଲିକ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଶତାଧିକ ଗାଡିଚାଳକ ଆନ୍ଦୋଳନରେ ଯୋଗଦେଇ ମୋଦି ସରକାରର ଜନବିରୋଧୀ ଓ ଏକଛତ୍ରବାଦୀ ନୀତିକୁ ବିରୋଧ କରିଥିଲେ। ଏଥିସହ ଆଇନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ। ନହେଲେ ସାରା ଦେଶରେ ଚକ ଅଖ ବନ୍ଦ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ।

ଆଜିର ଆନ୍ଦୋଳନରେ ଓଡ଼ିଶା ଡ୍ରାଇଭର ମହାସଂଘର ଆଠମଲ୍ଲିକ ଶାଖା ସଭାପତି ଅବନୀ କୁମାର ମେଣ୍ଡୁଲି, ସମ୍ପାଦକ ସତ୍ୟନାରାୟଣ ସାହୁ, ଉପସଭାପତି ରାଜୀବ ଲୋଚନ ସିଂ, କୁନ୍ଦନ ଖାନ୍ ସହ ସମ୍ପାଦକ, ସୀତେଶ ଦାସ, ସର୍ବଭାରତୀୟ ଶ୍ରମିକ ସଂଗଠନ, ଇଣ୍ଡିଆନ ଫେଡେରେସନ୍ ଅଫ୍ ଟ୍ରେଡ ୟୁନିଅନସ୍ ବା ଆଇଏଫଟିୟୁର ଜିଲ୍ଲା ସମ୍ପାଦକ ଧର୍ମେନ୍ଦ୍ର ବେହେରା, ଶୂନ୍ୟବାସୀ ମୁଣ୍ଡା, ଦିଲ୍ଲୀପ ଡାଙ୍ଗ, ସନ୍ତୋଷ କୁମାର ସାହୁ , ଜ୍ଞାନରଞ୍ଜନ ଡାଙ୍ଗ, ବୁଦ୍ଦୁ ମୁଣ୍ଡା, କାପୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply