ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ: ମା ବୁଢୀ ଦଳକୁ ହରାଇଲା ଏନଟିପିସି

You are currently viewing ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ: ମା ବୁଢୀ ଦଳକୁ ହରାଇଲା ଏନଟିପିସି

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ଆୟୋଜିତ ପଦ୍ମଚରଣ ଓ ଶିବାନନ୍ଦ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଉଦ୍ଘାଟିତ ହୋଇଛି। ୧୭ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାକୁ ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ ଦାସ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଭେଟରାନ୍ସ ଆସୋସିଏସନ୍ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ରୁଚିର ଦାସ, ବି.ଏନ୍. ରାଉତ, ଯଜ୍ଞ ରାୟ ଓ ସ୍ୱପ୍ନାରାଣୀ ସିହ୍ନା ଯୋଗ ଦେଇଥିଲେ। ଆୟୋଜକ ଭାବେ ପ୍ରଶାନ୍ତ କୁମାର ସିହ୍ନା ଓ ନୀଳମଣି ରାଉତ ଉପସ୍ଥିତ ଥିଲେ। ଉଦଘାଟନୀ ମ୍ୟାଚରେ ଏନ୍‌ଟିପିସି ଦଳ ୨–୦ ଗୋଲରେ ମା ବୁଢୀ, ଅନୁଗୁଳକୁ ପରାଜିତ କରିଥିଲା। ଖେଳ ପରିଚାଳନା ମନୋରଞ୍ଜନ ପଟ୍ଟନାୟକ କରିଥିବା ବେଳେ ମଞ୍ଚ ପରିଚାଳନା ମହେନ୍ଦ୍ର କୁମାର ସାହୁ କରିଥିଲେ।

Share

Leave a Reply