ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ଚାଳକ ମୃତ

You are currently viewing ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ଓଲଟିଲା ଟ୍ରକ, ଚାଳକ ମୃତ

ଅନୁଗୁଳ: ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକକୁ ପଛରୁ ପିଟିଲା ଟ୍ରକ। ଘଟଣାସ୍ଥଳରେ ଚାଳକ ମୃତ। ମୃତ ଚାଳକ ହେଲେ ବଇଣ୍ଡା ଥାନା ତଳମଳିଆ ଅଞ୍ଚଳର ସୁମନ୍ତ ସାହୁ। ଏକ ଥଣ୍ଡା ବୋଝେଇ ଟ୍ରକ କଟକରୁ ଥଣ୍ଡା ନେଇ ରାଉରକେଲା ଯାଉଥିଲା। ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ ବଅଁର ନିକଟରେ ଟ୍ରକଟି ବିପରୀତ ଦିଗରେ ଠିଆ ହୋଇଥିବା ଆଉ ଏକ ଟ୍ରକକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

ଫଳରେ ଗାଡ଼ି ଚାଳକ ଗାଡ଼ିରେ ଚାପିହୋଇ ରହିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଆସି ଚାଳକକୁ ଉଦ୍ଧାର କରିଥିଲେ। କିନ୍ତୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଯାଇଥିଲା। ଖମାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ତଦନ୍ତ ଚଳାଉଛି। ପରିବାର ଲୋକେ ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା।

Share

Leave a Reply