ପାଥୋଲାବ୍‌ ଟାଙ୍ଗୁ ନାହାନ୍ତି ଦର ତାଲିକା: ଚାଲିଛି ରୋଗୀ ଶୋଷଣ

You are currently viewing ପାଥୋଲାବ୍‌ ଟାଙ୍ଗୁ ନାହାନ୍ତି ଦର ତାଲିକା: ଚାଲିଛି ରୋଗୀ ଶୋଷଣ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ୫୦୦ରୁ ଅଧିକ ଘରୋଇ ପାଥୋଲାବ୍‌ ରହିଛି। ଏମାନେ ଡାକ୍ତରଙ୍କ ଚିଠା ମୁତାବକ ବିଭିନ୍ନ ପ୍ରକାର ଟେଷ୍ଟ ଯଥା ମଳ, ମୂତ୍ର, ଗର୍ଭ, ଧାତୁ, ସୁଗାର, ଲିଭର ଫଙ୍କସନ୍‌ ଟେଷ୍ଟ, କିଡ୍‌ନୀ ଫଙ୍କସନ୍‌ ଟେଷ୍ଟ ଏବ˚ ଅନ୍ୟାନ୍ୟ ରକ୍ତ ପରୀକ୍ଷା କରାଇଥାନ୍ତି। ସରକାରଙ୍କ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆକ୍ଟ ଅନୁସାରେ ପାଥୋଲାବ୍‌ଗୁଡ଼ିକ ପ˚ଜିକୃତ ହେବା ସ˚ଗେ ସ˚ଗେ ସେମାନଙ୍କ ଦର ତାଲିକା ଟାଙ୍ଗି ରଖିବେ। ଫଳରେ ରୋଗୀ ଆଉ ଶୋଷଣର ଶିକାର ହେବେ ନାହିଁ। ବର୍ତ୍ତମାନ ପରୀକ୍ଷାରୁ ଜଣାପଡ଼ିଛି ୮୦ ପ୍ରତିଶତ ପାଥୋଲାବ୍‌ ବିନା ପଞ୍ଜିକରଣରେ ଚାଲିଛି। ସେମାନେ ସେମାନଙ୍କ କ୍ଲିନିକ୍‌ର ଦର ତାଲିକା ମଧ୍ଯ ଟାଙ୍ଗୁନାହାନ୍ତି। ମନ ଇଚ୍ଛା ଦର ସ୍ଥିର କରୁଛନ୍ତି। ଫଳରେ ରୋଗୀମାନେ ଅଧିକ ଅର୍ଥ ଦେଇ ଶୋଷଣର ଶିକାର ହେଉଛନ୍ତି। କୁହାଯାଉଛି। ଏକଥା ସ୍ବାସ୍ଥ୍ୟ ବିଭାଗର ଜ୍ଞାତସାରରେ ହେଉଥିବା କିଛି ଅଧିକାରୀ ଜଣାଇଛନ୍ତି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Share

Leave a Reply