ଅନୁଗୁଳ: ଅନୁଗୁଳ ଜିଲା ଠାକୁରଗଡ଼ ଥାନା ସାନହୁଲା ଠାରେ ସଡକ ଦୁର୍ଘଟଣା ଘଟି ଘଟଣସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୫ ଜଣ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଗୁରୁବାର ସକାଳେ ଏକ ଭୋଜି କାର୍ଯ୍ୟ ରେ ଯୋଗ ଦେବାପାଇଁ ଆଠମଲ୍ଲିକ ପୁରୁଣା ମାଣିତ୍ରୀ ପଞ୍ଚାୟତ ଅନ୍ତର୍ଗତ ଓଡ଼ସିଂଘା ଗ୍ରାମର ଏକ କ୍ୟାଟରିଂ ସଂସ୍ଥାର କିଛି ବ୍ୟକ୍ତିଙ୍କୁ ନେଇ ଏକ ପିକଅପ ଭ୍ୟାନ ବଇଣ୍ଡା ପଟକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ହଠାତ ଗାଡିଟି ସାନହୁଲା ଠାରେ ଥିବା ଏକ ବ୍ରିଜ ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏଥିରେ ଥିବା କ୍ୟାଟରିଂ ସଂସ୍ଥାର କର୍ମଚାରୀ ଗାଡିରୁ ଛିଟିକି ତଳେ ପଡି ଯାଇଥିଲେ। ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଥିବାବେଳେ ସ୍ଥାନୀୟ ଲୋକେ ଏ ନେଇ ସୂଚନା ପାଇବା ପରେ ଆହତଙ୍କୁ ଉଦ୍ଧାର କରି ଆମୁଲାନ୍ସ ଯୋଗେ ନିକତସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଜଣାପଡିଛି ।
ବ୍ରିଜ ବାଡ଼ରେ ପିଟିହେଲା ପିକଅପ ଭ୍ୟାନ, ୨ ମୃତ
- Post published:February 24, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul