କୋଇଲା ବୋଝେଇ ପିକ୍ଅପ୍ ଜବତ, ୩ ଗିରଫ

You are currently viewing କୋଇଲା ବୋଝେଇ ପିକ୍ଅପ୍ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ ସୋମବାର ରାତିରେ ୫୫ ନଂ ଜାତୀୟ ରାଜପଥରେ ଏକ ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ୫୫ ନଂ ଜାତୀୟ ରାଜପଥର ବଅଁରପାଳ ଛକଠାରେ ପୋଲିସ ଛକି ରହିଥିଲା। ତାଳଚେର ଭୁବନେଶ୍ବରୀ କୋଇଲା ଖଣୀରୁ କୋଇଲା ଚୋରିକରି ପ୍ରାୟ ୪ କ୍ବିଣ୍ଟାଲ କୋଇଲା ନେଇ ଭ୍ୟାନଟି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳକୁ ଯାଉଥିବା ସମୟରେ ପୋଲିସ ଅଟକାଇ ଏହାର ଯାଞ୍ଚ କରିଥିଲା। ଏଥିରେ ଚୋରା କୋଇଲା ଥିବା ପୋଲିସ ଜାଣିବାପରେ ଚାଳକ ନରସିଂହପୁର ଥାନା ଅନ୍ତର୍ଗତ କେନ୍ଦୁପଲି ଗାଁର ଅଜୟ ପ୍ରଧାନ(୨୪), ତଅଁଳାସାହିର ବାପି ଓରଫ ସୁମନ୍ତ ବେହେରା(୨୫) ଓ କୋଇଲା ଯୋଗାଣକାରୀ ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୋଲୋଇ ଗାଁର ରାମ ଓରଫ ଅଜୟ ନାଏକ(୫୫)ଙ୍କୁ ଗିରଫକରି ଭ୍ୟାନକୁ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply