ଏଣିକି ସଭା ସମିତିରେ ପ୍ଲାଷ୍ଟିକ ଫାଇଲ ବନ୍ଦ

You are currently viewing ଏଣିକି ସଭା ସମିତିରେ ପ୍ଲାଷ୍ଟିକ ଫାଇଲ ବନ୍ଦ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ଆଜି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ବିଭିନ୍ନ ସଭା ସମିତିରେ ପ୍ଲାଷ୍ଟିକ ଫାଇଲ୍, ଫୋଲ୍ଡର,କଲମ ଓ ନୋଟ ପ୍ୟାଡ ବ୍ୟବହାରକୁ ନିଷେଧ କରିଛନ୍ତି।

ଏକ ପ୍ଲାଷ୍ଟିକ ମୁକ୍ତ ସବୁଜ ପରିବେଶ ସୃଷ୍ଟି ନିମନ୍ତେ ଜିଲ୍ଲାପାଳଙ୍କ ଏଭଳି ନିଷ୍ପତ୍ତିକୁ ସାଧାରଣରେ ପ୍ରଶଂସା କରାଯାଉଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା ଅନୁସାରେ ଛୋଟ ଛୋଟ ସଭା ଗୁଡ଼ିକରେ ଅଂଶ ଗ୍ରହଣକାରୀ ମାନେ ନିଜେ ପେନ,କାଗଜ ବା ନୋଟ ପ୍ୟାଡ଼ ଧରି ଆସିବେ। କେବଳ ବଡ଼ ବଡ଼ ସଭା ଯେଉଁଠି ବାହାରୁ ଅତିଥି ଆସିବେ ସେଠାରେ କପଡ଼ା ଫାଇଲ ଏବଂ ତାହା ସ୍ଥାନୀୟ କାରିଗରଙ୍କ ଦ୍ଵାରା ନିର୍ମିତ ହୋଇଥିବ ସେସବୁ ବ୍ୟବହାର କରାଯାଇ ପାରିବ। ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ନାମା ଜିଲ୍ଲାର ସବୁ ବିଭାଗକୁ ଅବଗତ କରାଯାଇଛି।

Share

Leave a Reply