ଅନୁଗୁଳ/ ନାଲକୋନଗର: ସ୍ଥାନୀୟ ତୁରଙ୍ଗ ସ୍କୁଲ ସାହି ଅଞ୍ଚଳରେ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ପୋଲିସ ସ୍ପେଶାଲ ସ୍କ୍ବାର୍ଡକୁ ହସ୍ତାନ୍ତର କରିଛନ୍ତି ସ୍ଥାନୀୟ ଲୋକେ। ଏକ ଅଟୋରେ ତିନି ଜଣ ଅଜଣା ଯୁବକଙ୍କୁ ଦେଖି ସ୍ଥାନୀୟ ଲୋକେ ସନ୍ଦେହରେ ପଚରାଉଚରା କରିଥିଲେ। କିନ୍ତୁ ସେମାନେ ଦ୍ରୁତ ଗତିରେ ଗାଁ ଭିତରକୁ ପଶି ଯିବାକୁ ଚେଷ୍ଟା କରିଥିଲେ। ମାତ୍ର କିଛି ଦୂର ଯାଇ ବିଫଳ ହୋଇଥିଲେ। ସେଥିରୁ ଜଣେ ଖସି ବି ଯାଇଥିଲା। ଖବର ପାଇ ସ୍ପେଶାଲ ସ୍କ୍ୱାର୍ଡ ପୋଲିସ ସାଦା ପୋଷାକରେ ପହଞ୍ଚି ଦୁହିଁଙ୍କୁ ଅଧିକ ପଚରାଉଚରା ପାଇଁ ଥାନାକୁ ନେଇଛନ୍ତି। ଉଭୟେ ବ୍ରାଉନସୁଗାର ବେପାରୀ ହୋଇଥିବା ସନ୍ଦେହ କରାଯାଉଛି।
ତୁରଙ୍ଗ ଛକରୁ ଦୁଇ ସନ୍ଦିଗ୍ଧ ଯୁବକଙ୍କୁ ଧରିଲା ପୋଲିସ ସ୍ପେଶାଲ ସ୍କ୍ୱାର୍ଡ, ବ୍ରାଉନ ସୁଗାର ବେପାର ସମ୍ପୃକ୍ତି ସନ୍ଦେହ
- Post published:September 14, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul