ବଇଣ୍ଡା କଲେଜରେ ଶ୍ରମ ଦାନ ଦିବସ ପାଳିତ: କଲେଜ ପରିସରକୁ ସଫା କରିବା ସହ ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

You are currently viewing ବଇଣ୍ଡା କଲେଜରେ ଶ୍ରମ ଦାନ ଦିବସ ପାଳିତ: କଲେଜ ପରିସରକୁ ସଫା କରିବା ସହ ବୃକ୍ଷରୋପଣ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଜନତା ମହାବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀମାନଙ୍କୁ ନେଇ ମହାବିଦ୍ୟାଳୟ ପରିସରରେ ଶ୍ରମ ଦାନ ଦିବସ ଆୟୋଜିତ ହୋଇଛି। ମହାବିଦ୍ୟାଳୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ମିଳିଥିବା ୨୫ ଲକ୍ଷ ଟଙ୍କା ମହାବିଦ୍ୟାଳୟର ବିକାଶରେ ସାହାଯ୍ୟ କରିବ ବୋଲି ସମସ୍ତେ କହିଥିଲେ। ଏ ଅବସରରେ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ପରିସରକୁ ପରିଷ୍କାର କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ କାଳନ୍ଦୀ ଚରଣ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ଅସିତ କୁମାର ଜେନା, ନିରଞ୍ଜନ ଦାସ, ଚନ୍ଦ୍ରଶେଖର ସିଂହ, ମଧୁସ୍ମିତା ସାହୁ, ହାଡିବନ୍ଧୁ ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply