ଘରୁ ସୁନା ଗହଣା ନେଇ ପ୍ରେମିକ ସହ ଫେରାର ହେଲେ ଦୁଇ ପିଲାଙ୍କ ମା’, ଥାନାରେ ବସିଛନ୍ତି ହତାଶ ସ୍ୱାମୀ

You are currently viewing ଘରୁ ସୁନା ଗହଣା ନେଇ ପ୍ରେମିକ ସହ ଫେରାର ହେଲେ ଦୁଇ ପିଲାଙ୍କ ମା’, ଥାନାରେ ବସିଛନ୍ତି ହତାଶ ସ୍ୱାମୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡ଼ ବୁଢ଼ାପଙ୍କ ପଞ୍ଚାୟତ ତେନ୍ତୁଳିହତା ଗ୍ରାମରେ ଜଣେ ବିବାହିତ ମହିଳା ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ହୋଇଛି। ସେ ଯିବା ବେଳେ ଘରୁ ଟଙ୍କା ଓ ସୁନା ଗହଣା ମଧ୍ୟ ନେଇ ଯାଇଥିବା ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ବିବାହିତ ମହିଳାଙ୍କ ସ୍ଵାମୀ ବିନୋଦ ନାଏକଙ୍କ ଅଭିଯୋଗ ମୁତାବକ, ୧୪ ବର୍ଷ ପୂର୍ବେ ସେ କାମାକ୍ଷାନଗର ଅଞ୍ଚଳରୁ ମିତା ନାମକ ଯୁବତୀଙ୍କୁ ପ୍ରେମ ପରେ ପରିବାରଙ୍କ ସହମତି କ୍ରମେ ମନ୍ଦିରରେ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ପିଲା ମଧ୍ୟ ଅଛନ୍ତି।

ସବୁକିଛି ଠିକଠାକ ଚାଲିଥିଲା। କିଛିଦିନ ତଳେ ନିଦ ଭାଙ୍ଗିଲା ବେଳକୁ ସ୍ତ୍ରୀ ଘରେ ନଥିଲେ। ସବୁଆଡ଼େ ଖୋଜା ଖୋଜି କରିବା ପରେ ସନ୍ଧାନ ନ ମିଳିଲାରୁ ନିରୁପାୟ ହୋଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେ ଯିବା ସମୟରେ ଘରର ବ୍ୟାଙ୍କ ଏଟିଏମ୍, ନଗଦ ୧ ଲକ୍ଷ ୪୭ ହଜାର ଟଙ୍କା ଓ ସୁନା ଗହଣା ନେଇ ପଳାଇ ଥିବା ନେଇ ସ୍ଵାମୀ ଥାନାରେ ଏତଲା ଦେଇଛନ୍ତି। ଏନେଇ ମାମଲା ରୁଜୁ କରି ପୋଲିସ ସ୍ତ୍ରୀଙ୍କୁ ଖୋଜୁଛି।

Share

Leave a Reply