ଗ୍ରାମାଞ୍ଚଳ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

You are currently viewing ଗ୍ରାମାଞ୍ଚଳ ଫୁଟ୍‌ବଲ୍‌ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ଜିଲ୍ଲାରେ ଗ୍ରାମାଞ୍ଚଳ ସ୍ତରରେ ଫୁଟ୍‌ବଲ୍‌ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଫୁଟବ୍‌ଲ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ୩୨ ଟି ଦଳ ଭାଗ ନେବେ। ଏଥିପାଇଁ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଉପଖଣ୍ଡ କ୍ରୀଡ଼ା ସଂସଦ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତା ସଂପର୍କରେ ଏଥିରେ ସବିଶେଷ ଆଲୋଚନା କରାଯାଇଥିଲା।

ଏଥିରେ ବସନ୍ତ ଦାସ, ରମେଶ ଚନ୍ଦ୍ର ସାହୁ, ଯୁଧିଷ୍ଠିର ସେଠ, ରୁଚିର ଦାସ ପ୍ରମୁଖ ପ୍ରତିଯୋଗିତା ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ପବନ କୁମାର ସାହୁ, ସଂପାଦକ ଭାବେ ଶୁଭ୍ରାଂଶୁ ଶେଖର ସାହୁ ଓ କୋଷାଧ୍ୟକ୍ଷ ଭାବେ ବିନତ କୁମାର ସାହୁଙ୍କ ଚୟନ କରାଯାଇଛି।

Share

Leave a Reply