ବସଲା ମା’ ଦକ୍ଷିଣକାଳୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

You are currently viewing ବସଲା ମା’ ଦକ୍ଷିଣକାଳୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ : ଅନୁଗୁଳ ବ୍ଲକ୍ ବସଲାରେ ରବିବାର ମା’ ଦକ୍ଷିଣକାଳୀ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୩୩ ବର୍ଷ ପରେ ବସଲାରେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁଣି ଆରମ୍ଭ ହୋଇଛି। ଏଥିରେ ୬ ଟି ଦଳ ଭାଗ ନେଇଥିଲେ। ୬ ଟି ଦଳ ମଧ୍ୟରୁ ଶିମିଳିଛୁଇଁ ଓ ତଳମୂଳ ମଧ୍ୟରେ ଫାଇନାଲ ମ୍ୟାଚ ହୋଇଥିଲା। ଏଥିରେ ତଳମୂଳ ୫-୦ ଗୋଲରେ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ମୂଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଆଇନଜୀବୀ ପ୍ରଦୀପ ଦେବତା, ଗ୍ରାମ ସଭାପତି ଦିଲୀପ ସାହୁ, ସମ୍ପାଦକ ରବି ନାରାୟଣ ବେହେରା, ଯୁବ ନେତା ଚନ୍ଦନ କୁମାର ସାହୁ ଯୋଗଦାନ କରି ପୁରସ୍କାର ବିତରଣ କରିଥିଲେ। କମିଟିର ସଦସ୍ୟ ବିଦ୍ୟାଧର ବେହେରା, କିଷାନ ବେହେରା, ତୁଷାର ବେହେରା, ପ୍ରଭାକର ସାହୁ, ସିପୁନ ପଳାଇ, ମକରା ବେହେରା, ଦୀପକ ବେହେରା, ମନୋଜ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply