ବାଲ୍ୟବିବାହକୁ ରୋକିଲା ପ୍ରଶାସନ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରପଡା ଧବଳେଶ୍ବର ଶିବ ମନ୍ଦିରରେ ଜଣେ ନାବାଳିକାଙ୍କ ବିବାହକୁ ପ୍ରଶାସନ ରବିବାର ବନ୍ଦ କରିଛି। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଚାଇଡ୍ ହେଲପ୍ ଲାଇନ୍, ଛେଣ୍ତିପଦା ସମନ୍ବିତ ଶିଶୁ ବିକାଶ ଅଧିକାରୀଣି ଓ ଜରପଡା ପୁଲିସ ଚଢାଉ କରି ନାବାଳିକାଙ୍କୁ ବିବାହକୁ ବନ୍ଦକରିବା ସହିତ ବର ଓ କନ୍ୟା ପରିବାରଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି। ସୂଚନା ଯେ, ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁରୁ ଗ୍ରାମର ଭରତ କୁମାର ପଣ୍ତାଙ୍କ ପୁଅ ଜ୍ଞାନରଞ୍ଜନ ପଣ୍ଡା(୨୩ ) ବନ୍ତଳା ଥାନା ଅଞ୍ଚଳର ଜଣେ ୧୫ ବର୍ଷ ୧ମାସର ନାବାଳିକାଙ୍କୁ ମନ୍ଦିରରେ ବାହାଘର ହେଉଥିବା ବେଳେ ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ସଦସ୍ୟ, ଛେଣ୍ଡିପଦା ସମ୍ବନ୍ବିତ ଶିଶୁ ବିକାଶ ଅଧିକାରୀଣି ସେବାଷ୍ଟିନା କୁଜୁର ଓ ସୁପର ଭାଇଜର ସ୍ନେହାପ୍ରଭା ମହାନ୍ତି ମନ୍ଦିରରେ ପହଞ୍ଚି ବିବାହକୁ ବନ୍ଦକରିବା ସହିତ ଜରପଡା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ମନ୍ଦିରରେ ପହଞ୍ଚି ବର ଓ କନ୍ୟା ସହ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି।

online coaching

Leave A Reply

Your email address will not be published.