ବୀର ଯବାନ ରାଣାପ୍ରତାପଙ୍କ ପୈତୃକ ଗ୍ରାମରେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି

0

ଅନୁଗୁଳ: ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ସହିଦ ବୀର ଯବାନ ରାଣାପ୍ରତାପ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ପାଇଁ ଜନ୍ମମାଟି କୃଷ୍ଣଚନ୍ଦ୍ରପୁର ଗ୍ରାମରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୋକାଅଭିଭୂତ ଗ୍ରାମବାସୀ ବୀର ଯବାନଙ୍କ ପାର୍ଥିବ ଶରୀରର ପ୍ରତୀକ୍ଷାରେ ଚାହିଁ ରହିଛନ୍ତି । ରାଣାପ୍ରତାପଙ୍କ ଅକାଳ ବିୟୋଗରେ କେବଳ ପରିବାର ନୁହେଁ କୃଷ୍ଣଚନ୍ଦ୍ରପୁର ଗାଁ ଓ ସାରା ତାଳଚେରରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଏବଂ ଏମ୍‌ସିଏଲ୍‌ ପଦାଧିକାରୀମାନେ ତାଙ୍କ ବାସଭବନକୁ ଯାଇ ପରିବାରକୁ ସମବେଦନା ଜଣାଇଛନ୍ତି । ଅନ୍ୟପକ୍ଷରେ ପୈତୃକ ଗ୍ରାମରେ ରାଣାପ୍ରତାପଙ୍କ ଅନ୍ତ୍ୟେଷ୍ଟି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତାଙ୍କ ଘର ନିକଟସ୍ଥ ରାସ୍ତା ପାଶ୍ୱର୍ରେ ଏହି ଶ୍ମଶାନ ନିର୍ମାଣ ହୋଇଛି । ରାଣାପ୍ରତାପଙ୍କ ପରିବାର ପକ୍ଷରୁ ତାଙ୍କର ଶାଳକ ସିଦ୍ଧାର୍ଥ ସିଂହ ନୂଆଦିଲ୍ଲୀ ଯାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିଦଙ୍କ ମରଶରୀର କିଭଳି ସୁଚାରୁ ଭାବେ ତାଳଚେରରେ ପହଞ୍ଚିବ ସେ ନେଇ ନଜର ରଖିଛନ୍ତି । ଶେଷଦର୍ଶନ ଲାଗି ଶ୍ମଶାନରେ ରାଣାପ୍ରତାପଙ୍କ ପାର୍ଥିବ ଶରୀର ରଖାଯିବ । ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Leave A Reply

Your email address will not be published.

error: Content is protected !!