ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ୍ ମହକୁମା ହାଟପଡ଼ିଆଠାରେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମଦିନ ପାଳିତ ହୋଇଥିଲା। ଏହି ଅବସରରେ ଶତାଧିକ ବୃଦ୍ଧ, ବୃଦ୍ଧାଙ୍କୁ ବସ୍ତ୍ର ବିତରଣ କରାଯାଇଥିଲା। ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ବିଜେପି ନେତା ସନ୍ତୋଷ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। କୁମୁଦ ବେହେରା ଧନ୍ୟବାଦ ଦେଇଥିଲେ। ଧୀରେନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିମଳ ରାଉଳ, ଦୁଃଶାସନ ଦେହୁରୀ, ଗୋବିନ୍ଦ ନାଏକ, ସୁଶାନ୍ତ ସିଂହସାମନ୍ତ, ଶରତ ନାଏକ, ଗିରି ପ୍ରଧାନ, କ୍ଷୀରୋଦ ନାଏକ, ତପନ ଧର, ବାବୁନା ସାହୁଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ
- Post published:September 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal