୧୪ ଅଧିକାରୀଙ୍କ ପଦୋନ୍ନତି

You are currently viewing ୧୪ ଅଧିକାରୀଙ୍କ ପଦୋନ୍ନତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋରେ ଇନଚାର୍ଜ ଭାବେ କାର୍ଯ୍ୟରତ ୧୪ଜଣ ଅଧିକାରୀଙ୍କୁ ମହାପ୍ରବନ୍ଧକ ଭାବେ ପଦୋନ୍ନତି ମିଳିଛି । ନାଲ୍‌କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପଦୋନ୍ନତି ଦିଆଯାଇଛି। ଏଥିପାଇଁ ସମସ୍ତ ମହାପ୍ରବନ୍ଧକଙ୍କୁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଛି। ନାଲ୍‌କୋ ଶ୍ରମିକ କଂଗ୍ରେସ ସାଧାରଣ ସମ୍ପାଦକ ପରେଶ ଚନ୍ଦ୍ର ଜେନା, କାର୍ଯ୍ୟକାରୀ ସଭାପତି ବିଭବ ଜେନା, ସୁଜିତ୍ ସେଠ, ଏନ୍‌ଏନ୍‌ଇୟୁର କାର୍ଯ୍ୟକାରୀ ସଭାପତି ନିର୍ମଳ ଶତପଥୀ, ସାଧାରଣ ସମ୍ପାଦକ ରତ୍ନାକର ପରିଡ଼ା, ନେସର ସାଧାରଣ ସମ୍ପାଦକ ନିର୍ମଳ ସାମଲ, କାର୍ଯ୍ୟକାରୀ ସଭାପତି ବିଜନ ଦଳବେହେରା, ମଳୟ ସ୍ୱାଇଁ, ଉପସଭାପତି ମନୋଜ ସ୍ବାଇଁ, ଅଟଳ ବିହାରୀ ଷଡଙ୍ଗୀ ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ। ସେହିପରି ନେପୁ କାର୍ଯ୍ୟକାରୀ ସଭାପତି ମାଙ୍ଗିଲାଲ ସାମଲ, ସାଧାରଣ ସମ୍ପାଦକ ବୈରାଗୀ ସେଠ, ଶ୍ରମିକ ନେତା ଟିକନ ସାମଲ ପ୍ରମୁଖ ପଦୋନ୍ନତି ପାଇଥିବା ସମସ୍ତ ମହାପ୍ରବନ୍ଧକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share

Leave a Reply