ପୁନଃ ନିଯୁକ୍ତି ଦାବିରେ ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ, ଦାବି ପୂରଣ ହେବାରୁ ଧାରଣା ପ୍ରତ୍ୟାହୃତ

You are currently viewing ପୁନଃ ନିଯୁକ୍ତି ଦାବିରେ ନାଲକୋ ଠିକା ଶ୍ରମିକଙ୍କ ଆନ୍ଦୋଳନ, ଦାବି ପୂରଣ ହେବାରୁ ଧାରଣା ପ୍ରତ୍ୟାହୃତ

ନାଲକୋ ନଗର : ନାଲକୋ ଠିକା ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବିରେ ଗୁରୁବାର ସକାଳେ ସ୍ମେଲଟର ପ୍ଲାଣ୍ଟ ଗେଟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। କେନ୍ଦ୍ରୀୟ ଶ୍ରମ ଆୟୁକ୍ତଙ୍କ ହସ୍ତକ୍ଷେପ ପରେ ସମାନ କାର୍ଯ୍ୟରେ ନିର୍ଦ୍ଦିଷ୍ଟ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦିଆଯିବାକୁ ପ୍ରତିଶ୍ରୁତି ମିଳିବା ପରେ ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସୂଚନା ମୁତାବକ, ସ୍ମେଲଟର ପ୍ଲାଣ୍ଟ ପରିସରରେ ସିଭିଲ ଠିକା ସଂସ୍ଥାରେ ୬ ଜଣ ଶ୍ରମିକ ଦୀର୍ଘ ୧୨/୧୫ ବର୍ଷ ହେଲାଣି ଠିକା ଶ୍ରମିକ ଭାବେ କାର୍ଯ୍ୟ କରିଆସୁଛନ୍ତି। ଗତ ୯ ମାସ ହେଲାଣି ଉକ୍ତ ଶ୍ରମିକଙ୍କୁ ସଂପୃକ୍ତ ଠିକା ସଂସ୍ଥା କାର୍ଯ୍ୟରୁ ବଞ୍ଚିତ କରିଛି।

ପୂର୍ବ ଯୋଜନା ମୁତାବକ, ଠିକାମଜଦୁର ସଂଘ ପକ୍ଷରୁ ସ୍ମେଲଟର ପ୍ଲାଣ୍ଟ ଗେଟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ଦ୍ୱାରା ୨ହଜାରରୁ ଊର୍ଦ୍ଧ୍ବ ଠିକା ଶ୍ରମିକ କାର୍ଯ୍ୟବନ୍ଦ କରିଥିଲେ। ପରେ ସମସ୍ୟାର ସମାଧାନ ହେବାରୁ ଶ୍ରମିକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ଏ ଅବସରରେ ନାଲକୋ ସ୍ମେଲଟର ଠିକା ମଜଦୁର ସଂଘ ସଭାପତି ବିଭୂତି ମହାପାତ୍ର, ସାଧାରଣ ସମ୍ପାଦକ ବାଇଧର ସାମଲ, ଉପସଭାପତି ଶ୍ରୀଧର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply