ବିଭିନ୍ନ ଦାବି ନେଇ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0

ତାଳଚେର:-ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। ତାଳଚେରରେ କାର୍ଯ୍ୟରତ ଏମ୍.ସି.ଏଲ୍., ଟି.ଏଫ୍.ଏଲ୍. ଏବଂ ଏନ୍.ଟି.ପି.ସି. (ତାଳଚେର ଓ କଣିହାଁ) ଇତ୍ୟାଦିରେ କାର୍ଯ୍ୟରତ ଘରୋଇ କଂପାନୀରେ ରାଜ୍ୟ ସରକାରଙ୍କ ନିୟମ ମୁତାବକ ୯୦ ଭାଗ ତାଳଚେରର ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି।

ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ହଜାରୁ ଊର୍ଦ୍ଧ୍ୱ ଶ୍ରମିକ ସ୍ଥାନୀୟ ଦେଉଲବେଡା ଦୁର୍ଗା ମଣ୍ଡପ ଠାରୁ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୭ ଦଫା ଦାବି ମଧ୍ୟରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି, ଏମ୍.ସି.ଏଲ୍. ରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକଙ୍କୁ ଏଚ୍.ପି.ସି. ହାରରେ ଦୈନିକ ମଜୁରୀ ପ୍ରଦାନ ବ୍ୟବସ୍ଥା, ଏମ୍.ସି.ଏଲ୍. ରେ କାର୍ଯ୍ୟରତ ସମସ୍ତ ଠିକା ଶ୍ରମିକଙ୍କର ମାସିକ ଦରମା ଏମ୍.ସି.ଏଲ୍. ନିଜେ କଂପାନୀ ଏବଂ ଠିକାଦାର ଠାରୁ କାଟି ପ୍ରଦାନ କରିବା ବ୍ୟବସ୍ଥା, ସମସ୍ତ ଠିକା ଶ୍ରମିକଙ୍କର ଇପିଏଫ୍ / ସିଏମ୍ପିଏଫ୍ କାଟିବା ବ୍ୟବସ୍ଥା କରାଯାଇ ମାସିକ ପେମେଣ୍ଟ ସ୍ଲିପ୍ ପ୍ରଦାନ କରାଯିବା, ସମସ୍ତ ଠିକା ଶ୍ରମିକଙ୍କୁ ମାସିକ ୨୬ ଦିନ କାର୍ଯ୍ୟ ପ୍ରଦାନ କରାଯିବା ଆଦି ରହିଛି। ଆସନ୍ତା ମାସେ ମଧ୍ୟରେ ଏହାର ସମାଧାନ କରାନଗଲେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.

error: Content is protected !!