ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିକ୍ଷୋଭ

You are currently viewing ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ ଦାବିରେ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ୯୨ଟି ଗାଁର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ରେକର୍ଡ ଅନୁସାରେ ପଟ୍ଟା ପ୍ରଦାନ କରିବା ଓ ଚକ ଉଚ୍ଛେଦ ପର୍ଯ୍ୟନ୍ତ ଚକବନ୍ଦୀ ଥିବା ଗ୍ରାମର କ୍ରୟ ବିକ୍ରିୟ ବନ୍ଦ କରିବା ଦାବିରେ ଆଜି ଅନୁଗୁଳ ଚାଷୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଅନୁଗୁଳର ଜଗନ୍ନାଥ ମନ୍ଦିର ସାମ୍ନାରୁ ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିଲେ। ସେଠାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କମିଟିର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର କୁମାର ପ୍ରଧାନ ଓ କମିଟିର ସଭ୍ୟ ପ୍ରଦୀପ କୁମାର ପ୍ରଧାନଙ୍କର ମିଳିତ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିଲା। କମିଟିର ସଭାପତି ଭାସ୍କର ଦେହୁରୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅଲ୍ ଇଣ୍ଡିଆ କୃଷକ କ୍ଷେତ ମଜଦୁର ସଙ୍ଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାସ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନକୁ ଜାରି ରଖିବା ପାଇଁ ପରାମର୍ଶ ଦେବା ସହିତ ଆନ୍ଦୋଳନ ଦ୍ଵାରା ସରକାର ଆନ୍ଦୋଳନକାରୀଙ୍କ ନିକଟରେ ମୁଣ୍ଡ ନୂଆଁଇବାର ନଜିରମାନ ଉପସ୍ଥାପନ କରିଥିଲେ।

ଏହି ବିକ୍ଷୋଭ ସଭାରେ ନବକିଶୋର ପ୍ରଧାନ, ତ୍ରିଲୋଚନ ପ୍ରଧାନ, ଦୁର୍ଗାଚରଣ ପ୍ରଧାନ, ଦୁର୍ଯ୍ୟୋଧନ କର, ମୀନକେତନ ଅମାନ୍ତ, ମନ୍ଦୋଦରୀ ରାଉଳ, ସୁବର୍ଣ୍ଣ ଦେହୁରୀ, ତ୍ରୀନାଥ ସାହୁ, ହେମନ୍ତ କୁମାର ଦାସ, ତରୁଣ କୁମାର ଦେହୁରୀ, ଅମୂଲ୍ୟ ବେହେରା, ପ୍ରଭାତ ପ୍ରଧାନ, ଅଭିମନ୍ୟୁ ସ୍ଵାଇଁ, ତ୍ରିଲୋଚନ ଜେନା ବକ୍ତବ୍ୟ ପ୍ରଦାନ କରି ଆନ୍ଦୋଳନକୁ ଦୀର୍ଘସ୍ଥାୟୀ କରି ଦାବି ହାସଲପର୍ଯ୍ୟନ୍ତ ଚାଲୁ ରଖିବାକୁ ଆହ୍ବାନ ଦେଇଥିଲେ। ଶେଷରେ ଚାଷୀ ସୁରକ୍ଷା କମିଟିର ସମ୍ପାଦକ କାଳୀଚରଣ ପ୍ରଧାନଙ୍କ ନେତୃତ୍ବରେ ଏକ ପ୍ରତିନିଧ୍ଵ ମଣ୍ଡଳୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

Share

Leave a Reply