ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନା ଚୁକ୍ତି ଦିବସ ପାଳିତ ହୋଇଯାଇଛି। ଭରଚୁଆଲ ମିଟିଙ୍ଗ ମାଧ୍ୟମରେ ଏହାକୁ ପାଳନ କରାଯାଇଥିଲା। ସଙ୍ଘର ସଭାପତି କେଦାର ନାଥ ଦେହୁରୀ ବୈଠକରେ ସଭାପତିତ୍ୱ କରିଥିଲେ। ଜିଏମ୍ ଅନିଲ କୁମାର ମଣ୍ଡଳ, ମାନବ ସମ୍ବଳ ମହା ପ୍ରବନ୍ଧକ ସତ୍ୟାନନ୍ଦ ସାହୁ ସମାଜସେବୀ ଅଭିରାମ ମଲ୍ଲିକ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ସ।ଧାରଣ ସମ୍ପାଦକ ବନ ବିହାରୀ ନାୟକ ସ୍ୱାଗତ ଭାଷଣ ଦେବାସହ ପୁନାଚୁକ୍ତି ଉପରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମଣ୍ଡଳ ପୁନାଚୁକ୍ତି ଓ ସଂରକ୍ଷଣ ସହିତ ଶିକ୍ଷା, ଅର୍ଥନୈତିକ ଓ ସାମାଜିକ ଅବସ୍ଥାରେ ଉନ୍ନତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଶ୍ରୀ ସାହୁ ଡଃ ବିଆର୍ ଆମ୍ବେଦିକର ସମାଜ ପାଇଁ କରିଥିବା ତ୍ୟାଗ ଓ ବଳିଦାନ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ଅତିଥି ଶ୍ରୀ ମଲିକ ପୁନାଚୁକ୍ତି ଦ୍ଵାରା ବହୁଜନ ସମାଜର ନ୍ୟାର୍ଯ୍ୟ ଅଧିକାର ହାସଲ ହୋଇନଥିବା ବର୍ଣ୍ଣନା କରିଥିଲେ। ଭୁବନେଶ୍ୱରରେ ଆମ୍ବେଦକର ଭବନ ନିର୍ମାଣ ପାଇଁ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସଭାପତି ଛବିନ୍ଦ୍ର ଭୋଇ, ଭାସ୍କର ନାୟକ, ଦେବେନ୍ଦ୍ର ଓରାମ, ଗୋପୀନାଥ ହେସ, ରାଜକୁମାର ବେହେରା, ବସନ୍ତ କୁମାର ନାୟକ, ରାଜେନ୍ଦ୍ର ନାୟକ, ରବିଦ୍ର କୁମାର ନ।ୟକ, ତ୍ରୈଲୋକ୍ୟ ନାଏକ, ବିରସା ସିନ୍ଧୁ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ସାଙ୍ଗଠନିକ ସମ୍ପାଦକ ଅକ୍ଷୟ କୁମାର ବଦରା ଧନ୍ୟବାଦ ଅର୍ପଣ କରିଥିଲେ।
ନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନାଚୁକ୍ତି ଦିବସ
- Post published:September 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
