ଅନୁଗୁଳ ଜିନ୍ଦଲ ଦେବଭୂମିରେ ରଥ ଯାତ୍ରା

You are currently viewing ଅନୁଗୁଳ ଜିନ୍ଦଲ ଦେବଭୂମିରେ ରଥ ଯାତ୍ରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜିନ୍ଦଲ ନଗର ଦେବଭୂମି ଜଗନ୍ନାଥ ମନ୍ଦିରଠାରେ ପ୍ରଥମ ରଥ ଯାତ୍ରା ଆଜି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ, ଦେବୀ ସୁଭଦ୍ରାଙ୍କ ଦର୍ପୋଦଳନ ଏବଂ ବିଶ୍ଵ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଜିନ୍ଦଲ ନଗର ମଧ୍ୟରେ ଅବସ୍ଥିତ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରି ଥିଲେ। ମନ୍ଦିରର ଆଦ୍ୟ ସେବକ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ସମ୍ପୂର୍ଣ ପରିବାର ଏହି ରଥ ଯାତ୍ରାରେ ଯୋଗଦେବା ସହ ପହଣ୍ଡି ସେବା ଏବଂ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ। ଏହି ପବିତ୍ର ଦିବସରେ ଯୋଗଦାନ କରି ନବୀନ ଜିନ୍ଦଲ ସମସ୍ତଙ୍କୁ ତାଙ୍କ ଶୁଭେଚ୍ଛା ଜଣାଇବା ସହ ପ୍ରକାଶ କରିଥିଲେ ଯେ, ଛେରା ପହଁରା ନୀତି ସଂପନ୍ନ କରି ମୁଁ ଅତ୍ୟନ୍ତ ବିନମ୍ର ଏବଂ ଭାଗ୍ୟଶାଳୀ ମନେ କରୁଅଛି। ମୁଁ ସର୍ବ ନିୟନ୍ତାଙ୍କ ନିକଟରେ ପ୍ରାର୍ଥନା କରୁଅଛି, ଆମ୍ଭ ସମସ୍ତଙ୍କୁ ସମାଜ ସେବା କରିବା ନିମନ୍ତେ ଆଶୀର୍ବାଦ ପ୍ରଦାନ କରନ୍ତୁ। ସକାଳ ୪ଟା ୩୦ରେ ଏକ ସ୍ଵତନ୍ତ୍ର ପୂଜା ନୀତି ପରେ ମଣିମା ଡାକ, ଦ୍ଵାର ଫିଟା, ମଙ୍ଗଳ ଆଳତୀ, ମଇଲମ, ତଡପଲାଗି, ଅବକାଶ ନୀତି ଇତ୍ୟାଦି ସହିତ ଆରମ୍ଭ କରାଯାଇଥିଲା। ଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷl ଶାଲୁ ଜିନ୍ଦଲ ପ୍ରାତଃ କାଳରେ ସକାଳର ନୀତି-କାନ୍ତି ନିର୍ବାହ କରିବା ସହ ରଥ ପ୍ରତିଷ୍ଠା ଏବଂ ଅନ୍ୟାନ୍ୟ ନୀତି ସମ୍ପନ୍ନ କରିଥିଲେ।

ନବୀନ ଜିନ୍ଦଲଙ୍କ ମା’ ଏବଂ ଓପି ଜିନ୍ଦଲ ଗୃପର ଚେୟାରମ୍ୟାନ ଏମିରେଟ୍ସ ସାବିତ୍ରୀ ଜିନ୍ଦଲ ଏହି ସ୍ଵତନ୍ତ୍ର ପୂଜା ବିଧି କାର୍ଯ୍ୟକ୍ରମରେ ସାମିଲ ହେବା ସହ ଜିନ୍ଦଲ ନଗରରେ ଆୟୋଜିତ ହୋଇଥିବା ପ୍ରଥମ ରଥ ଯାତ୍ରା ଦେଖିବାର ସୌଭାଗ୍ୟ ପ୍ରାପ୍ତକରିଥିଲେ। ଦେବୀ ଶୁଭଦ୍ରାଙ୍କ ଦର୍ପୋଦଳନ ରଥକୁ ବାଳିକା ଏବଂ ମହିଳାମାନେ ସଂପୂର୍ଣ ଉତ୍ସlହ ସହ ଟାଣିଥିଲେ। ଏଥିରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ଭିଆର ଶର୍ମା, ଇସ୍ପାତ ବ୍ୟବସାୟ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦିନେଶ କୁମାର ସରୋଗୀ, ସିଏଚଆରଓ ପଙ୍କଜ ଲୋଚନ, ଅନୁଗୁଳ ପ୍ଳାଣ୍ଟ ମୁଖ୍ୟ ହୃଦୟେଶ୍ଵର ଝା, ନିର୍ବାହୀ ନିର୍ଦ୍ଦେଶକ ସବ୍ୟସାଚୀ ବନ୍ଦୋପାଧ୍ୟାୟ, ଦାମୋଦର ମିତ୍ତଲ ଓ ଅନ୍ୟାନ୍ୟ କର୍ମଚାରୀ ଏବଂ ତାଙ୍କ ପରିବାରବର୍ଗଙ୍କ ସହ ସଂଖ୍ୟାଧିକ ଶ୍ରଦ୍ଧାଳୁ ରଥ ଟାଣିବାର ସୌଭାଗ୍ୟ ଲାଭ କରିଥିଲେ। ଏହି ରଥ ଯାତ୍ରାକୁ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଫେସବୁକ ଏବଂ ୟୁଟ୍ୟୁବ୍ ମାଧ୍ୟମରେ ଏହାର ସିଧା ପ୍ରସାରଣ କରାଯାଇଥିଲା।

Share

Leave a Reply