କୋଇଲା ଡିପୋ ଉଛେଦ ପାଇଁ ରେଳ ରୋକ

You are currently viewing କୋଇଲା ଡିପୋ ଉଛେଦ ପାଇଁ ରେଳ ରୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ରେଳ ଷ୍ଟେସନ ନିକଟରେ ଥିବା କୋଇଲା ଷ୍ଟକ ୟାର୍ଡ଼କୁ ଉଛେଦ କରାଯିବା ଦାବିରେ ମଙ୍ଗଳବାର ଶତାଧିକ ଗ୍ରାମବାସୀ ସକାଳ ୮ଟା ୩୦ରୁ ରେଳ ରୋକ କରିଛନ୍ତି । ଯାହାଫଳରେ ସମ୍ବଲପୁର ପୁରୀ ଇଣ୍ଟରସିଟି ଓ ମାଲଗାଡି ଏବେ ହଣ୍ଡପା ରେଳଷ୍ଟେସନ ବାହାରେ ଅଟକି ରହିଛି । କିଛି ନ୍ୟସ୍ତ ସ୍ଵାର୍ଥ ବ୍ୟକ୍ତି ବନ୍ଧୁକ ମୁନରେ ଲୋକଙ୍କୁ ଭୟଭୀତ କରାଇ ଷ୍ଟକ ୟାର୍ଡରୁ କୋଇଲା ପରିବହନ କରୁଛନ୍ତି। ଯାହା ହେବା ଦ୍ୱରା ସମ୍ପୂର୍ଣ୍ଣ ଅଞ୍ଚଳ ଏବେ କୋଇଲା ଗୁଣ୍ଡ ଛାଇ ଯାଇଛି । ଲୋକେ ପିଇବା ପାଣି ପାଉନାହାଁନ୍ତି । ସବୁଜିମା କ୍ଷେତରେ ଆଉ ଫସଲ ହୋଇପାରୁନି। ଯାହାକୁ ନେଇ ଲୋକେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏହି ଷ୍ଟକ ୟାର୍ଡ ହେବା ଦ୍ୱାରା ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ହେଉଛି। କୋଇଲା ଗୁଣ୍ଡ ଯୋଗୁଁ ବାୟୁମଣ୍ଡଳ ପ୍ରଦୂଷିତ ହେବା ଆରମ୍ଭ କଲାଣି । ଏହାଦ୍ଵାରା ଜଳ, ଜମି ଏବଂ ଜୀବିକା ସବୁକିଛି ପ୍ରଭାବିତ ହୋଇଥିବା ଗ୍ରାମବାସୀ କହିଛନ୍ତି। ବିଧାୟକ କିମ୍ବା ସମ୍ବଲପୁର ସାଂସଦ ଆସି କେଇଲା ଡମ୍ପ ୟାର୍ଡ ହଣ୍ଡପାରୁ ଉଛେଦ ପାଇଁ ପ୍ରତିଶ୍ରୁତି ନଦେଲେ ସେମାନେ ଉଠିବେ ନାହିଁ ବୋଲି ଲୋକମାନେ ଦାବି କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଜଣେ ଏସଡିପିଓ, ୫ଜଣ ସବ୍‌ଇନ୍ସସପେକ୍ଟର, ୭ ଜଣ ଇନ୍ସପେକ୍ଟର ଓ ପାଞ୍ଚ ପ୍ଲାଟୁନ ଫୋର୍ସକୁ ନିୟୋଜିତ କରାଯାଇଛି ।

Share

Leave a Reply