ଅନୁଗୁଳ: ଅନୁଗୁଳ ଜିଲ୍ଲାର ୧୮ ଜଣ ଶିକ୍ଷକ ଏକକାଳୀନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଶୁକ୍ରବାର ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ସଭାରେ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଅବସର ନେଇଥିବା ଶିକ୍ଷକମାନେ ହେଲେ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟର ଅରୁଣ କୁମାର ନନ୍ଦ ଓ ଭବାନୀ ଶଙ୍କର ମିଶ୍ର, ରାଇଝରଣ ଉଚ୍ଚ ବିଦ୍ୟାଳୟର ବସନ୍ତ କୁମାର ପ୍ରଧାନ, ଆମ୍ବସରମୁଣ୍ଡା ଉଚ୍ଚ ବିଦ୍ୟାଳୟର ଚକ୍ରଧର ପ୍ରଧାନ, ଭଗବାନ ମାଝା, ଉରୁକୁଳା ଜିପିଆରକେ ଉଚ୍ଚ ବିଦ୍ୟାଳୟ, ପର୍ଶୁମାଳର ନିଶାମଣି ଦାସ ଓ ବିରେନ୍ଦ୍ର କୁମାର ସାହୁ, ପୁରୁଣାମାଣିତ୍ରୀ ଉଚ୍ଚ ବିଦ୍ୟାଳୟର ପୂର୍ଣ୍ଣଚନ୍ଦ୍ର ଭୋଇ, ବୀଣାପାଣି ଉଚ୍ଚ ବିଦ୍ୟାଳୟ ନୂଆଗାଁର ଦୀନବନ୍ଧୁ ସାହୁ, ପରା ଉଚ୍ଚ ବିଦ୍ୟାଳୟର ଜମ୍ବେଶ୍ୱର ପ୍ରଧାନ ଓ ପଦ୍ମଚରଣ ଶାସ୍ତ୍ରୀ, ନନ୍ଦ କିଶୋର ଉଚ୍ଚ ବିଦ୍ୟାଳୟ ସିପୁରର ଦୁର୍ଯ୍ୟୋଧନ ବିଶ୍ୱାଳ, ଇନ୍ଦ୍ରଜିତ୍ କବି ଓ ଗୋଲେଖ ସାମଲ, କୁଲାଡ଼ ଆଲୁମିନିୟମ୍ ଉଚ୍ଚ ବିଦ୍ୟାଳୟର ପ୍ରମୋଦ କୁମାର ସାହୁ, ପ୍ରଣତି କୁମାରୀ ଦେଇ ଏବଂ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବେନ୍ତପୁରର ଗିରିଶ ଚନ୍ଦ୍ର ସାମଲ । ପୂର୍ଣ୍ଣଅନୁଦାନପ୍ରାପ୍ତ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ହୁଲୁରିସିଂହ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
୧୮ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
- Post published:April 3, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ମାଟ୍ରିକ ପରୀକ୍ଷାରେ ଭଲ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା, ପର ପିଢ଼ି ପାଇଁ ଉଦାହରଣ ହେବାକୁ ପରାମର୍ଶ
ସ୍ୱାସ୍ଥ୍ୟଗତ କାରଣରୁ ତାଳଚେର ଆସିବେନି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ, କାର୍ଯ୍ୟକ୍ରମ ସ୍ଥଗିତ


