ଚାରିଜଣ ପୋଲିସ୍ ଅଧିକାରୀଙ୍କ ଅବସରଗ୍ରହଣ: ଅନୁଗୁଳ ପୋଲିସ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

You are currently viewing ଚାରିଜଣ ପୋଲିସ୍ ଅଧିକାରୀଙ୍କ ଅବସରଗ୍ରହଣ: ଅନୁଗୁଳ ପୋଲିସ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଦୀର୍ଘ ବର୍ଷର କର୍ତ୍ତବ୍ୟନିଷ୍ଠ ସେବା ପରେ ଜିଲ୍ଲାର ଚାରିଜଣ ଅଧିକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି। ଅବସରପ୍ରାପ୍ତ ଅଧିକାରୀମାନେ ହେଲେ ଇନ୍ସପେକ୍ଟର ସରୋଜ କୁମାର ନାୟକ, ଏଏସଆଇ ସୁଧୀର କୁମାର ମହାନ୍ତି, ଏଏସଆଇ ରାଜକିଶୋର ବିଶ୍ୱାଳ ଏବଂ କନଷ୍ଟେବଳ ଅନ୍ତର୍ଯ୍ୟାମୀ ବିଶ୍ୱାଳ। ଆଜି ପୋଲିସ୍ ମୁଖ୍ୟାଳୟରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଅନୁଗୁଳ ଏସ୍.ପି ରାହୁଲ ଜୈନ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କର ଅନୁକରଣୀୟ ସେବା, ଶୃଙ୍ଖଳା ଓ କର୍ତବ୍ୟପରାୟଣତାକୁ ପ୍ରଶଂସା କରିଥିଲେ।

ଏହି ଅବସରରେ ସେମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅନୁଗୁଳ ପୋଲିସ ପକ୍ଷରୁ ସମସ୍ତ ଅବସରପ୍ରାପ୍ତ ଅଧିକାରୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଯିବା ସହ ସେମାନଙ୍କ ଆଗାମୀ ଜୀବନ ସୁସ୍ଥ ଓ ସୁଖମୟ ହେଉ ବୋଲି ଶୁଭକାମନା କରାଯାଇଛି।

Share

Leave a Reply