ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୁତ୍ତ

You are currently viewing ଟଙ୍କା ବ୍ୟାଗ ଝାମ୍ପି ନେଲେ ଦୁର୍ବୁତ୍ତ

ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଅଞ୍ଚଳରେ ଦିନ ଦ୍ଵିହିପ୍ରହରରେ ଟଙ୍କା ବ୍ୟାଗ ଲୁଟ ହୋଇ ଥିବା ନାଲକୋ ଥାନରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ କନ୍ୟାବେଡା ଗାଁର ବିଶ୍ଵନାଥ ସାହୁ ଓ ତାଙ୍କ ଝିଅ ନାଲକୋ ଟାଉନସିପରେ ଥିବା ଦୁଇଟି ବ୍ୟାଙ୍କରୁ ଦେଢ଼ ଲକ୍ଷ  ଟଙ୍କା ଉଠାଇ କାଣ୍ଡସର ଦେଇ  ଘରକୁ ଫେରୁ ଥିଲେ। ଫେରିବା ରାସ୍ତାରେ ଥିବା ଏକ ଦୋକାନରୁ ଥଣ୍ଡା ପାନୀୟ ପିଉଥିବା ବେଳେ ଦୁର୍ବୁତ୍ତ ମାନେ ଏକ ବାଇରେ ଆସି ବିଶ୍ଵନାଥଙ୍କ ଝିଅ ଧରିଥିବା ଟଙ୍କା ବ୍ୟାଗକୁ ଝାମ୍ପି ନେଇଥିଲେ। ଝିଅ ପ୍ରତିରୋଧ କରିବାରୁ ବ୍ୟାଗଟି ଛିଣ୍ଡି ଯାଇଥିଲା। ଫଳରେ ରାସ୍ତାରେ ୭୨ହଜାର ଟଙ୍କା ପଡି ଯାଇଥିଲା। ତେବେ ବାକି ୭୮ହଜାର ଟଙ୍କା ସହ ବ୍ୟାଗ ନେଇ ଦୁର୍ବୃତ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା।

ଏ ନେଇ ବିଶ୍ଵନାଥ ନାଲକୋ ଥାନା ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share

Leave a Reply