ଅନୁଗୁଳରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଦିଅଁ ଓ ଭକ୍ତ ସଭିଏଁ ଭିଜିଲେ

You are currently viewing ଅନୁଗୁଳରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଦିଅଁ ଓ ଭକ୍ତ ସଭିଏଁ ଭିଜିଲେ

 

ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳ ରେ ଦେବସ୍ନାନ ପୂର୍ଣ୍ଣିମା ଶାନ୍ତି ଶୃଙ୍ଖଳାର ସହ ପାଳିତ ହୋଇଯାଇଛି। ଏଥିପାଇଁ ପୂର୍ବଦିନ ରାତି ୩:୩୦ ମିନିଟ ସମୟେ ପହୁଡ଼ ଫିଟା, ଅଖଣ୍ଡ ପ୍ରଜ୍ଜ୍ୱଳନ ପରେ ସ୍ନାନ ମଣ୍ଡପକୁ ଯିବାପାଇଁ ପାବଚ୍ଛ ପ୍ରସ୍ତୁତି କରାଯାଇଥିଲା।

ଏହାପରେ ଶନିବାର ସକାଳେ ଶ୍ରୀ ଜୀଉମାନଙ୍କର ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା।ସକାଳ ଆଠଟା ବେଳକୁ ଶ୍ରୀ ଜୀଉ ମାନଙ୍କୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପକୁ ନିଆ ଯାଇଥିଲା। ସେଠାରେ ମଙ୍ଗଳ ଆଳତି,ମଇଲମ,ରୋଷbହୋମ,ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା ଆଦି ଅନୁଷ୍ଠିତ ହୋଇଥିଲା ସକାଳ ୯ ଟା ବେଳକୁ ଶୁଦ୍ଧ ପୂତ ପାଣିରେ ଷୋଡ଼ଶ ଉପଚାରରେ ଶ୍ରୀ ଜିଉ ମାନଙ୍କୁ ସ୍ନାନ କରାଯାଇଥିଲା। ଦିନ ୧୦ ଟା ବେଳକୁ ଛେରା ପହଁରା କରାଯାଇ ଧୋ ପଖାଳ ପରେ ଗଜାନନ ବେଶ କରାଯାଇଥିଲା।

ଅତି ଆକର୍ଷଣୀୟ ଏହି ଗଜାନନ ବେଶ ଦେଖିବା ପାଇଁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଏହାପରେ ପ୍ରାତଃ ଧୂପ ଓ ମଧ୍ୟାହ୍ନ ଧୂପ ଏକ ସାଙ୍ଗରେ କରାଯାଇ ଦିନ ୧୨ ଟା ବେଳକୁ ପହୁଡ଼ ପଡିଥିଲା। ସନ୍ଧ୍ୟା ୭ ଟା ବେଳକୁ ପହୁଡ଼ ଫିଟା,ସନ୍ଧ୍ୟା ଆଳତି, ସାହାଣ ମେଲା କରାଯାଇ ଶ୍ରୀ ଜୀଉଙ୍କ ନିକଟରେ ମାହାରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଗୁଳ ନୃତ୍ୟ ନୀଳୟର କଳାକାର ମାନେ ଏହି ନୃତ୍ୟ ପରିବେଷଣ କରିଥିଲେ। ରାତି ସାଢେ଼ ୮ ଟା ସମୟରେ ଗଜାନନ ବେଶ ଉଲାଗୀ ପରେ ସେନାପଟା ଲାଗି କରାଯାଇ ବନ୍ଦାପନା କରାଯାଇ ଶ୍ରୀ ଜୀଉ ମାନଙ୍କୁ ଅଣସର ପିଣ୍ଡିକୁ ନିଆ ଯାଇଥିଲା।

ରାତି ୧୧ ଟା ସମୟରେ ଅଣସର ଘରେ ତାଟି ବନ୍ଧା,ପଟି ଦିଅଁଙ୍କ ପ୍ରତିଷ୍ଠା ଆଦି କର୍ମ ସହ ପହୁଡ଼ ପଡିଥିଲା। ଦେବା ସ୍ନାନ ପୂର୍ଣ୍ଣିମା ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ଶ୍ରଦ୍ଧାଳୁ ଶ୍ରୀ ଜିଉ ମାନକୁ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ତେବେ ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ଶ୍ରଦ୍ଧାଳୁଙ୍କ ଭିଡ଼ ଆଶାତୀତ କମ ଦେଖିବାକୁ ମିଳିଥିଲା।

Share

Leave a Reply