ଅନୁଗୁଳ: ଗାନ୍ଧିମାର୍ଗସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ରବିବାର ସମ୍ଭାଗର ସମସ୍ତ ପ୍ରଧାନ ଆଚାର୍ଯ୍ୟଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଉଭୟ ଢେଙ୍କାନାଳ ଓ ଅନୁଗୁଳର ସମସ୍ତ ସରସ୍ୱତୀ ଶିଶୁ ମନ୍ଦିରର ୨୦ ଜଣ ପ୍ରଧାନ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଏ ଅବସରରେ କରୋନା ଯୋଗୁ ଦୁର୍ବଳ ହୋଇପଡ଼ିଥିବା ଶିକ୍ଷା ବ୍ୟବସ୍ଥାକୁ ପୁଣିଥରେ କେମିତି ସୁଦୃଢ଼ କରି ହେବ ତଥା ବର୍ତ୍ତମାନର ବିଦ୍ୟାଳୟର ସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହ ଆଗକୁ ୧୦ମ ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀଙ୍କୁ କିଭଳି ପ୍ରସ୍ତୁତ କରାଯିବ ସେ ନେଇ ପ୍ରଧାନ ଆଚାର୍ଯ୍ୟମାନେ ପ୍ରାକ୍ ଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକ ପରିଚୟ ପ୍ରଦାନ କରିଥିବା ବେଳେ ସମ୍ଭାଗ ସଭାପତି ପରେଶ ପଟ୍ଟନାୟକ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ସମ୍ମିଳନୀରେ ସମ୍ଭାଗ ସମ୍ପାଦକ ସନ୍ତୋଷ କୁମାର ପୃଷ୍ଟି, ଶିକ୍ଷା ବିକାଶ ସମିତି ପ୍ରାନ୍ତ ବିଦ୍ୟାମନ୍ଦିର ଶୈକ୍ଷିକ ସଂଯୋଜକ କୈଳାସ ଚନ୍ଦ୍ର ମିଶ୍ର, ସଂଗୀତ ସଂଯୋଜକ ପ.ମୋହନ ରାଓ ପାତ୍ର, ସମ୍ଭାଗ ସଂଯୋଜକ ମଧୁସୂଦନ ବାରିକ, ଅନୁଗୁଳ ବିଭାଗ ନିରୀକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର, ଢେଙ୍କାନାଳ ବିଭାଗ ନିରୀକ୍ଷକ ସୁଶାନ୍ତ କୁମାର ପାଶିଗ୍ରାହୀ, ଅନୁଗୁଳ ସଙ୍କୁଳ ପ୍ରମୁଖ ସାଧୁଚରଣ ପ୍ରଧାନ, ବିଦ୍ୟାଳୟ ସମ୍ପାଦକ ଧନେଶ୍ୱର ନାଏକ, ପ୍ରଧାନ ଆଚାର୍ଯ୍ୟ ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଭାପତି ସନ୍ତୋଷ କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।
ସମ୍ଭାଗସ୍ତରୀୟ ପ୍ରଧାନ ଆଚାର୍ଯ୍ୟ ସମ୍ମିଳନୀ: ବିଦ୍ୟାର୍ଥୀ ଓ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିକୁ ଗୁରୁତ୍ୱ
- Post published:March 13, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul