କ୍ଷତାକ୍ତ ବୁଲା ଗୋରୁଗାଈଙ୍କୁ ଥଇଥାନ ଦାବି: ଉତ୍କର୍ଷ ପରିବାର ତରଫରୁ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

You are currently viewing କ୍ଷତାକ୍ତ ବୁଲା ଗୋରୁଗାଈଙ୍କୁ ଥଇଥାନ ଦାବି: ଉତ୍କର୍ଷ ପରିବାର ତରଫରୁ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: କ୍ଷତାକ୍ତ ବୁଲା ଗୋରୁଗାଈଙ୍କ ଥଇଥାନ ପାଇଁ ଅନୁଗୁଳର ସାମାଜିକ ଅନୁଷ୍ଠାନ “ଉତ୍କର୍ଷ ପରିବାର” ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣିରେ ଦାବି ପତ୍ର ପ୍ରଦାନ କରାଯାଇଛି।

ଦାବି ପତ୍ରରେ ଦର୍ଶାଯାଇଛି ଯେ ଅନୁଗୁଳ ବଅଁରପାଳ ଓ ଛେଣ୍ଡିପଦା ବ୍ଲକରେ ପ୍ରତିଦିନ ଦୁର୍ଘଟଣାରେ ଅନେକ ଗୋରୁ କ୍ଷତାକ୍ତ ହେଉଛନ୍ତି। ସେମାନଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ସ୍ଥାନୀୟ ଅଞ୍ଚଳରେ କୌଣସି ବ୍ୟବସ୍ଥା ନାହିଁ। ଏଥିସହ ପ୍ରତିଦିନ ଦୁର୍ଘଟଣାରେ ମଧ୍ୟ ବହୁ ଗୋରୁ ପ୍ରାଣ ହରାଉଛନ୍ତି। ମୃତ ଗାଈଗୋରୁମାନଙ୍କୁ କିଭଳି ସସମ୍ମାନେ ଶବ ସତ୍କାର କରାଯିବ ସେଥିପାଇଁ ସରକାରୀ ବ୍ୟବସ୍ଥା କରାଯିବା ପାଇଁ ଦାବିପତ୍ର ଦିଆଯାଇଛି l ଏହି ଦାବି ପତ୍ର ପ୍ରଦାନ ବେଳେ ଅନୁଷ୍ଠାନର ସଭାପତି ଭୀଷ୍ମ ସାହୁ, ସମ୍ପାଦକ ହୋମଦ୍ୟୁତି ବେହେରା, ସଂଯୋଜକ ଲିଟୁନ ସାହୁଙ୍କ ସହିତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

Share

Leave a Reply