୧୧ଶ ଜିଲ୍ଲାସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ଆୟୋଜିତ, ବିଜୟୀ ହେଲା ସାନଯୋରଡ଼ା

You are currently viewing ୧୧ଶ ଜିଲ୍ଲାସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ଆୟୋଜିତ, ବିଜୟୀ ହେଲା ସାନଯୋରଡ଼ା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳଠାରେ ଅଗ୍ନିରୂପା ପୁରାଣ ମହାମଞ୍ଚ ଓ ସାକୋସିଂହା ବୋଲବମ୍ କମିଟି ମିଳିତ ଆନୁକୂଲ୍ୟରେ ୧୧ଶ ଜିଲ୍ଲାସ୍ତରୀୟ ଶାରଳା ମହାଭାରତ ପ୍ରତିଯୋଗିତା ଆୟୋଜିତ ହୋଇଛି। ସ୍ଥାନୀୟ ଶାକସିଂହା କାଶୀ ବିଶ୍ଵନାଥ ମନ୍ଦିର ପ୍ରାଙ୍ଗଣରେ ୧୬ ଖଣ୍ଡ ମୌଜାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧ମ ଦଳ ଭାବେ ସାନଯୋରଡ଼ା, ୨ୟ ବଡଯୋରଡ଼ା, ୩ୟ ଶାକୋସିଂହା ଓ ୪ର୍ଥ ଦଳ ଭାବେ ପୁରିକିଆ ପୁରସ୍କୃତ ହୋଇଛନ୍ତି।

ମୁଖ୍ୟ ଅତିଥି ଭାବେ ସ୍ଵାମୀ ସ୍ୱତତ୍ରାନନ୍ଦ ସରସ୍ଵତୀ, ମହାଗୁରୁ ଭାବରେ ଗାୟକ ଉଦୟ ଭାସ୍କର ବୃନ୍ଦାବନ ପଣ୍ଡା, ହରିହର ତ୍ରିପାଠୀ, ଜ୍ଞାନଗୁରୁ ଭାବେ ଅନୁପମା ପ୍ରଧାନ ଓ ସ୍ୱର୍ଣ୍ଣପ୍ରଭା ପ୍ରଧାନ ଯୋଗ ଦେଇଥିଲେ। ସେହିପରି ବିଚାରକ ମଣ୍ଡଳୀ ମଧରେ ଗାୟକ ବିଭୂତି ଭୂଷଣ ନାଥ, ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ, ଲମ୍ବୋଦର ମହାପାତ୍ର ଯୋଗଦାନ କରିଥିଲେ। ସ୍କୋର ବୋର୍ଡରେ ରମେଶ ବାରିକ୍, ପ୍ରଶାନ୍ତ ଶତପଥୀ, ସରସ୍ଵତୀ ପଟ୍ଟନାୟକ, ଦିଲ୍ଲୀପ ଭୁକ୍ତା ଦାୟିତ୍ଵ ଗ୍ରହଣ କରିଥିବା ବେଳେ ଶିକ୍ଷକ ସୁଶିଲ ପ୍ରଧାନ ଓ ଉପଦେଷ୍ଟା ରଞ୍ଜନ କୁମାର ଭୁକ୍ତା ମଞ୍ଚ ପରିଚାଳନା କରିଥିଲେ।

ବୋଲବମ୍ କମିଟି ପକ୍ଷରୁ ପ୍ରଦୀପ ଦେହୁରୀ ଓ ଅକ୍ରୁର ନାଏକ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

Share

Leave a Reply