ଅନୁଗୁଳ:ପୌର ନିର୍ବାଚନ ପାଇଁ ସବୁ ପ୍ରମୁଖ ଦଳ ଓ ସ୍ଵାଧୀନ ପ୍ରାର୍ଥୀମାନେ ଘମଘୋଟ ପ୍ରଚାର ଚଳାଇ ଥିବାବେଳେ ନଗର ବିଜେଡି ଉପସଭାପତି ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ସତ୍ୟାନନ୍ଦ ଦଳବେହେରା ଇସ୍ତଫା ଦେଇଛନ୍ତି। ସେ ଚଳିତ ପୌର ନିର୍ବାଚନରେ ବିଜେଡି ପକ୍ଷରୁ ନଗରପାଳ ପଦ ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ। ତେବେ ସମସ୍ତ ଆକଳନକୁ ଓଲଟ ପାଲଟ କରି ଅକ୍ଷୟ ସାମନ୍ତ କଂଗ୍ରେସରୁ ଆସି ବିଜେଡି ଟିକଟ ପାଇବା
ପରେ ସେ ନିରାଶ ହୋଇଥିଲେ। ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି ଏବଂ ଅନ୍ୟ କୌଣସି ଦଳରେ ଏବେ ଯୋଗ ଦେବେ ନାହିଁ ବୋଲି ସତ୍ୟାନନ୍ଦ ପ୍ରକାଶ କରିଛନ୍ତି ।
ବିଜେଡିରୁ ସତ୍ୟନନ୍ଦଙ୍କ ଇସ୍ତଫା
