ଶିଶୁବିଦ୍ୟା ମନ୍ଦିରରେ ଜିଲ୍ଲା ଓ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

0

 

ତାଳଚେର: ତାଳଚେର ଶିଶୁବିଦ୍ୟା ମନ୍ଦିରରେ ମଧ୍ୟ ସମ୍ଭାଗ ଅନୁଗୋଳ ଜିଲ୍ଲା ତରଫରୁ ଜିଲ୍ଲା ଓ ସମ୍ଭାଗ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ମେଳାର ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ତାଳଚେର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଗଣିତ ବିଭାଗ ପ୍ରାଧ୍ୟାପକ ହିମାଂଶୁ ଶେଖର ଖଡିରତ୍ନ ଯୋଗ ଦେଇ ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ପ୍ରାନ୍ତ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ପ୍ରଦୀପ କୁମାର ମଲ୍ଲିକ୍ ଯୋଗଦେଇ ବିଜ୍ଞାନ ମେଳାର ଆବଶ୍ୟକତା ଓ ଛାତ୍ରଛାତ୍ରୀମାନଙ୍କର ଜ୍ଞାନ ବୃଦ୍ଧିରେ ଏହା କିପରି ସହାୟକ ହେବ ସେ ବିଷୟରେ କହିଥିଲେ । ଜିଲ୍ଲା ପ୍ରମୁଖ ପ୍ରତାପ ଚନ୍ଦ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଭାଗ ନିରୀକ୍ଷକ ବିରଂଚି ନାରାୟଣ ମହାପାତ୍ର ଯୋଗଦେଇଥିଲେ । ପ୍ରଧାନଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶେଷରେ ଦୁଃଖବନ୍ଧୁ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତାଳଚେର ଶିଶୁବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ/ଗୁରୁମା ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!