ଅନୁଗୁଳ: ଅନୁଗୁଳ ଜିଲ୍ଲା ମଙ୍ଗଳ ଅଫିସରେ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବା ଭୁବନାନନ୍ଦ ବଣିଚୋଳଙ୍କ ୫୯ ବର୍ଷ ବୟସରେ ପରଲୋକ ଘଟିଛି। ରବିବାର ରାତିରେ ଖାଇ ସାରିବା ପରେ ହଠାତ ଖସି ପଡ଼ିଥିଲେ।ତାଙ୍କୁ ତୁରନ୍ତ ଅନୁଗୁଳ ମୁଖ ଡାକ୍ତରଖାନା ନିଆ ଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ତାଙ୍କ ମର ଶରରକୁ ଅନୁଗୁଳ ଡାକ୍ତର ଖାନା ଅଣାଯାଇଥିଲା। ସେଠାରେ ଜିଲ୍ଲା କାର୍ଯ୍ୟାଳୟର ବହୁ କର୍ମଚାରୀ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ବର୍ଗତ ବଣୀଚୋଳ ଙ୍କ ଘର ପାଲଲହଡା ଟାଉନରେ ବୋଲି ଜଣା ପଡ଼ିଛି।
ସେକ୍ସନ ଅଫିସରଙ୍କ ଅକାଳ ବିୟୋଗ
- Post published:July 4, 2022
- Post category:ଅନ୍ୟାନ୍ୟ
- Post comments:1 Comment
- Post author:Biswaranjan Pattnaik



Mausa rip