୪୦୦ ପଏଣ୍ଟ ଉପରେ ଓପନ୍ ହୋଇ ଦ୍ରୁତ ଗତିରେ ତଳକୁ ଖସିଲା ସେନସେକ୍ସ

You are currently viewing ୪୦୦ ପଏଣ୍ଟ ଉପରେ ଓପନ୍ ହୋଇ ଦ୍ରୁତ ଗତିରେ ତଳକୁ ଖସିଲା ସେନସେକ୍ସ

ଅନୁଗୁଳ: ଲଗାତାର ତଳକୁ ଖସିଚାଲିଥିବା ଭାରତୀୟ ସେୟାର ବଜାରରେ ଆଜି ଏକ ଆଶାର କିରଣ ଦେଖିବାକୁ ମିଳିଥିଲା। ଦୀର୍ଘ ଦିନ ହେବ ବିୟର୍ ରାଜୁତି କରିଆସୁଥିବା ବେଳେ ଆଜି ବୁଲ୍ ମାର୍କେଟକୁ ଉପରକୁ ଉଠାଇନେଇଥିଲା। ନିବେଶକଙ୍କ ମନରେ ଏକ ନୂଆ ଆଶା ଜାଗ୍ରତ ହେଉଥିଲା। କିନ୍ତୁ ଏହି ଖୁସି ଖୁବ୍ କମ୍ ସମୟ ପାଇଁ ଥିଲା ।

ମାର୍କେଟ୍ ଓପନ୍ ହେଉ ହେଉ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ବିଏସିଇ (ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ) ସେନସେକ୍ସ ୪୦୦ ପଏଣ୍ଟ ଉପରେ ଓପନ୍ ହୋଇଥିବା ବେଳେ, ନିଫ୍ଟି ୧୦୦ ପଏଣ୍ଟ୍ ଉପରେ ଖୋଲିଥିଲା। ଏହା ନିବେଶକଙ୍କ ମନରେ ବେଶ୍ ଉତ୍ସାହ ଭରିଥିଲା। କିନ୍ତୁ ମାତ୍ର ଅଧ ଘଣ୍ଟାର କାରବାର ପରେ ବାଜି ପଲଟି ଯାଇଥିଲା। ବାୟର ଉପରେ ପୁଣି ସେଲର ହାବି ହୋଇଥିବା ଦେଖିବାରୁ ମିଳିଥିଲା। ମାର୍କେଟ୍ ଯେଉଁଭଳି ଭାବେ ଲମ୍ପ ପ୍ରଦାନ କରିଥିଲା, ତା’ଠୁ ଅଧିକ ଗତିରେ ତଳକୁ ଖସିଆସିଥିବା ଦେଖିବାକୁ ମିଳିଛି।

ଗତ ଶୁକ୍ରବାର କାରବାର ବନ୍ଦ ହେବା ସାଙ୍ଗକୁ ବିଏସଇ ସେନସେକ୍ସ ୭୩,୧୯୮.୧୦ ଅଙ୍କରେ କ୍ଲୋଜ୍ ହୋଇଥିଲା। ସୋମବାର ବିଏସଇ ସେନସେସ୍କ ପାଖାପାଖି ୪୦୦ ପଏଣ୍ଟ ୭୩.୪୨୭.୬୫ ସ୍ତରକୁ ଛୁଇଁ ପୁଣି କେଇ ମିନିଟ୍ ମଧ୍ୟରେ ତଳକୁ ଖସିଆସିଛି। ସେହିପରି ନିଫ୍ଟି-୫୦ ଶୁକ୍ରବାର ୨୨,୧୨୪.୭୦ ପଏଣ୍ଟରେ ବନ୍ଦ ହୋଇଥିବା ବେଳେ ସୋମବାର ୨୨,୧୯୪.୫୫ ସ୍ତରରେ ଖୋଲିଥିଲା। କିନ୍ତୁ ସେନସେକ୍ସ ଭଳି ମାତ୍ର କେଇ ମିନିଟ୍ ଟ୍ରେଡ୍ କରିବା ପରେ ତଳକୁ ଖସିଆସିଛି।

Share

Leave a Reply