୩୮ ବର୍ଷରେ କାଞ୍ଚନ ବଜାର ଓ ୨୪ ବର୍ଷରେ ସିମିଳିପଡ଼ା ପୂଜା ମଣ୍ଡପ

0

ଅନୁଗୁଳ: ଅନୁଗୁଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଏବେ ଜୋର୍ ସୋର୍ ରେ ଆଗେଇ ଚାଲିଛି। ପ୍ରତିଦିନ ସନ୍ଧ୍ୟାରେ ଚାଳିଶରୁ ପଚାଶ ହଜାର ଦର୍ଶକ ବିଭିନ୍ନ ପୂଜା ମଣ୍ଡପ ବୁଲି ଦେଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି।ଲକ୍ଷ୍ମୀ ପୂଜା ମଣ୍ଡପ ମଧ୍ୟରେ କାଞ୍ଚନ ବଜାର ବଜାର ପୂଜା ମଣ୍ଡପର ବିଶେଷତା ରହିଛି।

ପ୍ରତି ବର୍ଷ ବିଶାଳକାୟ ତୋରଣ ସହ କମନୀୟ ମେଢ଼ ଓ ମୂର୍ତ୍ତି ଏହି ପୂଜା କମିଟି କରିଥାଏ। ଚଳିତ ବର୍ଷ ମଧ୍ୟ ଏହି ପୂଜା କମିଟି ପକ୍ଷରୁ ତାର ସ୍ୱତନ୍ତ୍ରତା ବଜାୟ ରଖି ପୂଜା କାର୍ଯ୍ୟକ୍ରମ ଜାରି ରଖିଛି। ରତିକାନ୍ତ ଦାସ ସଭାପତି ଓ ଅଜିତ କୁମାର ସାହୁ କମିଟିର ସମ୍ପାଦକ ରୁପେ ଦାୟିତ୍ଵ ତୁଲାଇ ଆସୁଛନ୍ତି। ସେହିଭଳି ଅନ୍ୟ ଏକ ପୁରୁଣା ସିମିଳି ପଡ଼ା ପୂଜା କମିଟି ଚଳିତ ବର୍ଷ ତାର ୨୪ ତମ ପ୍ରତିଷ୍ଠା ଦିବସ ପାଳନ କରିବା ସହ ଭବ୍ୟ ମେଢ଼ ଓ ଆଲୋକ ସାଜ ସଜ୍ଜା କରାଯାଇଛି।ଶାନ୍ତି ଶୃଙ୍ଖଳା ର ପୂଜା ଓ ଭାଇ ଚାରା ଏହି ପୂଜା କମିଟିର ବିଶେଷତ୍ଵ। ଅକ୍ଷୟ କୁମାର ଦାସ ସଭାପତି ଓ ସଞ୍ଜୀବ କୁମାର ପ୍ରଧାନ ସମ୍ପାଦକ ରୂପେ କମିଟିର ଦାୟିତ୍ଵ ତୁଲାଇ ଆସୁଛନ୍ତି।

Leave A Reply

Your email address will not be published.

error: Content is protected !!