ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷକ ପଡ଼ା ପଦ୍ମାଳୟା ପୂଜା କମିଟି ପକ୍ଷରୁ ନିର୍ମିତ ଲକ୍ଷ୍ମୀ ପୂଜା ମଣ୍ଡପରେ ଗତ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଏସଡି ତଥା ଏବେ ଜାତୀୟ କଂଗ୍ରେସ ଦଳରେ ଯୋଗ ଦେଇଥିବା ବିଜୟ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା। ରାଣୀଗୋଡ଼ା ଲକ୍ଷ୍ମୀପୂଜା ବୁଲି ଦେଖିବାକୁ ଆସିଥିବା ବେଳେ ସ୍ଥାନୀୟ କଂଗ୍ରେସ କର୍ମୀ ଶ୍ରୀ ପଟ୍ଟନାୟକଙ୍କୁ ଶିକ୍ଷକ ପଡ଼ା ମଣ୍ଡପ
ବୁଲାଇ ଥିଲେ। ହଠାତ୍ ପୂଜା ମଣ୍ଡପରେ ବିଜୟ ପଟ୍ଟନାୟକଙ୍କ ଉପସ୍ଥିତି ଅନେକଙ୍କପାଇଁ ଚର୍ଚା ର ବିଷୟ ହୋଇଥିଲା।
ଶିକ୍ଷକପଡା ପୂଜାମଣ୍ଡପରେ ପୂର୍ବତନ ମୁଖ୍ୟ ଶାସନ ସଚିବ
