ଅନୁଗୁଳ: ୧୪୯ ଜାତୀୟ ରାଜପଥ ତାଳବେଡା ନୋଏଣ୍ଟ୍ରି ତଥା ଅତିରିକ୍ତ ଆରକ୍ଷୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଜଣା ଗାଡି ଧକ୍କାରେ ମୃତ ୭ ଗୋରୁଙ୍କୁ ସ୍ଥାନୀୟ ଯୁବକ ପୋତିଛନ୍ତି।
ସୂଚନା ମୁତାବକ, ଗତକାଲି ରାତିରେ ଅଜଣା ଗାଡ଼ି ଧକ୍କାରେ ୭ ଗୋ ମାତାଙ୍କର ମୃତ୍ୟୁ ହୋଇଥିଲା। ଦୀର୍ଘ ସମୟ ଧରି ଗାଈମାନଙ୍କ ମୃତ ଶରୀର ରାଜପଥ ଉପରେ ପଡ଼ି ରହିଥିଲା। ଏଣୁ ସାଧାରଣ ଲୋକଙ୍କ ଗମନାଗମନ ବାଧା ପ୍ରାପ୍ତ ହୋଇଥିଲା। ପ୍ରଶାସନ ପକ୍ଷରୁ କିମ୍ବା ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ନ ଦେବାରୁ ଖବର ପାଇ ସମାଜସେବୀ ତାପସ ସାହୁ, ଆଲୋକ, ଅଭିଷେକ ବେହେରା, ସିପୁ, ଶିବୁ ମିଶ୍ର, ସତ୍ୟବ୍ରତ ପ୍ରଧାନ ଓ ଗୋସେବକ ସିଦ୍ଧେଶ୍ୱର ସାହୁ ରାସ୍ତା ଉପରୁ ମୃତାହତ ଗୋରୁଙ୍କୁ ନିକଟସ୍ଥ ଜଙ୍ଗଲରେ ବିରାଟ ଗର୍ତ୍ତ ଖୋଳି ଲୁଣ ପକାଇ ପୋତିଛନ୍ତି। ଏହି ମହାନ କାମ ପାଇଁ ଯୁବକଙ୍କୁ ସ୍ଥାନୀୟ ଲୋକେ ଧନ୍ୟବାଦ ଦେଇଛନ୍ତି।