ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଚେରି ହୋଇଥିବା ମୋବାଇଲ କିଣିଥିବା ଅଭିଯୋଗରେ ୬ ଜଣଙ୍କୁ ଗିରଫକରି ବୁଧବାର କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ଗତ ୧୮ ତାରିଖ ରାତିରେ ବଅଁରପାଳ ଥାନା ନିକଟରେ ଥିବା ଗଣେଶ ଇଲେକ୍ଟ୍ରୋନିକ୍ସ ଦୋକାନରୁ ମୋବାଇଲ ଫୋନ ଚୋରି ହୋଇଥିଲା। ଏ ନେଇ ଦେକାନ ମାଲିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତକରି ବରଗଡ଼ର ଅନ୍ତ ଚରଣ ଲେଙ୍କା, ବିକାଶ ମଲ୍ଲିକ, ହରି ସେଠୀ, ରାଜୁ ପଣ୍ଡା, ମୁକେଶ ଖିଲାର ଓ ପୃଥୀରାଜ ନାୟକଙ୍କୁ ଗିରଫ କରାଯିବାସହ ସେମାନଙ୍କ ନିକଟରୁ ୬ଟି ମୋବାଇଲ ଜବତ କରିଛି।
ଚୋରି ମୋବାଇଲ କିଣି ୬ ଜଣ ଗିରଫ
- Post published:September 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
