ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ନିଶା ଶିଳ୍ପାଞ୍ଚଳଠାରେ ଥିବା ମୋନେଟ ପାୱାର କମ୍ପାନୀର ବିସ୍ଥାପିତମାନେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଗୁରୁବାର ଜିଲ୍ଲାପାଳଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି। ମୋନେଟ ଦ୍ବାରା ବିସ୍ଥାପିତ ମାଳିବ୍ରାମହଣୀ ଗାଁର ବିସ୍ଥାପିତ ଯେଉଁମାନେ କମ୍ପାନୀରେ ନିଯୁକ୍ତି ପାଇଥିଲେ, ସେମାନେ ଗତ ୨୬ ମାସ ହେବ ଦରମା ନପାଇ ବଡ ଦୁର୍ଦଶାରେ କାଳ କାଟୁଛନ୍ତି। ଏପରିକି ସେମାନେ ରହୁଥିବା ଅଞ୍ଚଳକୁ ବିଜୁଳି, ପାଣି ଯୋଗାଣ ବନ୍ଦ ହୋଇଯାଇଛି। କମ୍ପାନୀରେ ତାଲା ପଡିବା ପରେ କୌଣସି ଅଧିକାରୀ ବିସ୍ଥାପିତମାନଙ୍କ କଥା ଶୁଣୁ ନାହାନ୍ତି। ୨୦୧୮ ମସିହାରେ କମ୍ପାନୀ ବକେୟା ଦରମା ଦେବବୋଲି ପ୍ରତିଶୃତି ଦେଇଥିଲା। କିନ୍ତୁ ଆଜିପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଗାଁର ବିଜୟ ପ୍ରଧାନଙ୍କ ନେତୃତ୍ୱରେ ୪୦ରୁ ଊର୍ଦ୍ଧ୍ବ ଗ୍ରାମବାସୀ ବକେୟା ଦରମା ଅନ୍ୟ ସମସ୍ୟାର ସମାଧାନ ପାଇଁ ଦାବୀ କରିଛନ୍ତି।
ଜିଲ୍ଲାପାଳଙ୍କୁ ଭେଟିଲେ ମୋନେଟ୍ ବିସ୍ଥାପିତ
- Post published:September 23, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
