ବୟସ୍କଙ୍କ ତୁଳନାରେ କିଶୋରଙ୍କୁ ଅଧିକ ପ୍ରଭାବିତ କରେ ଧୂମପାନ, ବଦଳାଇଦିଏ ମସ୍ତିଷ୍କର ଆକାର

You are currently viewing ବୟସ୍କଙ୍କ ତୁଳନାରେ କିଶୋରଙ୍କୁ ଅଧିକ ପ୍ରଭାବିତ କରେ ଧୂମପାନ, ବଦଳାଇଦିଏ ମସ୍ତିଷ୍କର ଆକାର

ଭୁବନେଶ୍ୱର: ଶରୀର ପାଇଁ ଧୂମପାନ ହାନିକାରକ ବୋଲି ଯେତେ ସଚେତନ କଲେ ବି କିଛି ଲୋକ ଏହି ବଦଭ୍ୟାସରୁ ନିବୃତ ରହିପାରୁନାହାଁନ୍ତି। ଆଜିକାଲି କଲେଜ ପଢ଼ୁଆ ପିଲାଙ୍କଠାରେ ଏହି ଅଭ୍ୟାସ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ ଏହି ଧୂଆଁ ବୟସ୍କଙ୍କ ତୁଳନାରେ କିଶୋରଙ୍କ ମସ୍ତିଷ୍କକୁ ସବୁଠାରୁ ଅଧିକ ପ୍ରଭାବିତ କରୁଛି ବୋଲି ନିକଟରେ ବ୍ରିଟେନ୍‌ର କେମ୍ବ୍ରିଜ୍‌ ଓ ବାରବିକ୍‌ ବିଶ୍ବବିଦ୍ୟାଳୟରେ ହୋଇଥିବା ରିସର୍ଚ୍ଚରେ ଗବେଷକମାନେ ଜାଣିବାକୁ ପାଇଛନ୍ତି।

ଗବେଷଣାରୁ ପ୍ରକାଶ ଯେ ୧୪ ବର୍ଷରୁ କମ୍‌ ବୟସରେ ସିଗାରେଟ୍‌ ଟାଣିବା ଆରମ୍ଭ କରିଥିବା କିଶୋରମାନଙ୍କର ମସ୍ତିଷ୍କର ବାମପାର୍ଶ୍ବରେ ଥିବା ‘ଗ୍ରେ ମ୍ୟାଟର’ର ଆକାର କମି ଯାଇଥାଏ।

ଗ୍ରେ ମ୍ୟାଟର ହେଉଛି ମସ୍ତିଷ୍କର ଏଭଳି ଏକ ଅଂଶ ଯେଉଁଥିରେ ଯାବତୀୟ ପ୍ରକାର ସୂଚନାର ବିଶ୍ଳେଷଣ ହୋଇଥାଏ ଏବଂ ପ୍ରତ୍ୟେକ ପ୍ରତ୍ୟଙ୍ଗକୁ ସଂଚାଳନ କରୁଥିବା ନ୍ୟୁରନ୍‌ଗୁଡ଼ିକୁ ଏହା ଧାରଣ କରିଥାଏ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗ୍ରେ ମ୍ୟାଟର୍‌ର ପୂର୍ଣ୍ଣ ବିକାଶ କିଶୋରାବସ୍ଥାରେ ହିଁ ଘଟିଥାଏ। ଫଳରେ ଧୂମପାନ କରୁଥିବା କିଶୋରଙ୍କ ହିତାହିତ ଜ୍ଞାନ କମିଯାଇଥାଏ। ଆଇନ କାନୁନ ଉଲ୍ଲଂଘନ କରିବାକୁ ସେମାନଙ୍କ ମନରେ ଉଦ୍ଧତ ପ୍ରତ୍ୟୟ ଜାତ ହୋଇଥାଏ ଏବଂ ଭବିଷ୍ୟତରେ ଧୂମପାନ ପ୍ରତି ସେମାନେ ଅଧିକ ଆସକ୍ତ ହୋଇଥାନ୍ତି।

ଏକ ଆକଳନରୁ ଜଣାପଡ଼ିଛି ଯେ ଆମେରିକାରେ ପ୍ରତ୍ୟହ ୧,୬୦୦ କିଶୋର ୧୮ ବର୍ଷ ବୟସ ପୂର୍ବରୁ ଧୂମପାନ ଆରମ୍ଭ କରିଥା’ନ୍ତି ଏବଂ ବାର୍ଷିକ ପ୍ରାୟ ୫୦ ଲକ୍ଷ ଆମେରିକୀୟ ଧୂମପାନ ଅଥବା ଧୂମପାନ ସହ ଜଡ଼ିତ କାରଣରୁ ମୃତ୍ୟୁମୁଖରେ ପଡ଼ିଥା’ନ୍ତି।

Share

Leave a Reply