ଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

You are currently viewing ଦୁଗ୍ଧ ଚାଷୀଙ୍କ ପାଇଁ ସୋସାଇଟି: ଗୋ ଚାଷୀଙ୍କ ବୈଠକରେ ବିଧାୟକଙ୍କ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ଅତିଥି ଭବନ ଠାରେ କୁଲେଇ, ସମଲ ଓ ହରିହର ପୁର ପଞ୍ଚାୟତର ଗୋ ଚାଷୀଙ୍କ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଯୋଗ ଦେଇ ୩ଟି ପଞ୍ଚାୟତର ଦୁଗ୍ଧ ଚାଷୀ କିପରି ଉପକୃତ ହେବେ ସେ ନେଇ ଆଲୋଚନା କରିଥିଲେ।

କାମଧେନୁ ଯୋଜନାରେ ଗୋଟିଏ ଗୁହାଳ ଗୃହ ଏବଂ ଦୁଇଟି ଗାଈ ରଖିପାରିବେ ଯାହାର ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ସରକାର ଦେଉଛନ୍ତି ଏବଂ ୭୦ ପ୍ରତିଶତ ରିହାତି ମିଳୁଛି। ଦୁଗ୍ଧ ଚାଷୀ ମାନଙ୍କର ଏକ ସୋସାଇଟି ଏ ଅଞ୍ଚଳ କରି ଚାଷୀ ମାନଙ୍କୁ ରୋଜଗାର ସହ ଉପକୃତ ହେବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ।

ବୈଠକରେ କଣିହାଁ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ (ବିଭିଓ) ଯୋଗ ଦେଇ ଗୋଚାଷୀଙ୍କ ବିଭିନ୍ନ ସ୍କିମ ଉପରେ ଆଲୋକପାତ କରିଥିଲେ। ଗୋ ଚାଷୀ ଗଣେଶ ମାଝୀ ସଭାପତିତ୍ଵ କରିଥିବା ବେଳେ କଣିହାଁ ସହକାରୀ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ (ଭି ଏସ )ଧନ୍ୟବାଦ ଦେଇଥିଲେ। ସମଲ ସରପଞ୍ଚ ଜିତେନ୍ଦ୍ର ବେହେରା, କୁଲେଇ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ଗଡ଼ନାୟକ, ପୂର୍ବତନ ସରପଞ୍ଚ ବିଜୟ ପ୍ରଧାନ, ପ୍ରାଣୀ ଚିକିତ୍ସା ଅଧିକାରୀ ଦୁର୍ଗା ପ୍ରସାଦ ସାହୁ ସମେତ ଦୁଇଶହ ଚାଷୀ ଉପସ୍ଥିତ ଥିଲେ।

Share

Leave a Reply