ଶ୍ଵଶୁରକୁ ମାଡ଼ ମାରି ଜ୍ବାଇଁ ଓ ସମୁଦୀ କଲେ ଅପହରଣ!

You are currently viewing ଶ୍ଵଶୁରକୁ ମାଡ଼ ମାରି ଜ୍ବାଇଁ ଓ ସମୁଦୀ କଲେ ଅପହରଣ!

ଅନୁଗୁଳ: ଅନୁଗୁଳ ହୁଲୁରୁସିଂହା ଛକ ନିକଟରୁ ଶ୍ଵଶୁରକୁ ମାଡ଼ ମାରି ଜ୍ବାଇଁ ଓ ସମୁଦୀ ଅପହରଣ କରି ନେବା ଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ହିନ୍ଦୋଳ ଜନାରଦନପୂର ଅଞ୍ଚଳର ଶତ୍ରୁଘ୍ନ ନନ୍ଦ ଯିଏ ପେଶାରେ ଜଣେ ସାମ୍ବାଦିକ ତାଙ୍କ ଝିଅର ଡେଲିଭରି ପାଇଁ ଅନୁଗୁଳର ଏକ ନର୍ସିଂ ହୋମରେ ଭର୍ତି କରାଇଥିଲେ। ଗତ ୧୪ ତାରିଖରେ ଝିଅ ଅର୍ଚ୍ଚନା ନନ୍ଦଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ୧୯ ତାରିଖ ଦିନ ଶତ୍ରୁଘ୍ନ କିଛି ସଉଦା ଆଣିବା ପାଇଁ ହୁଲୁରୁସିଂହା ଛକକୁ ଯାଇଥିବା ବେଳେ ସେଠାରେ ଛକି ବସିଥିବ। ଜ୍ବାଇଁ ତାରିଣୀ ଓ ସମୁଦୀ କମଳ ଶତ୍ରୁଘ୍ନଙ୍କୁ ଏକ କାରରେ ଉଠାଇ ନେଇ ହାତ ଗୋଡ଼ ବାନ୍ଧି ତାଙ୍କୁ ବାଡିଆ ପିଟା କରିବା ସହ ବିଭିନ୍ନ ସ୍ଥାନକୁ ନେଇଥିଲେ। ହତ୍ୟା କରିବା ପାଇଁ କୋଉ ଜାଗାକୁ ନେବେ ସ୍ଥିର କରି ନ ପାରି କାରରୁ ଫିଙ୍ଗି ଦେଇଥିଲେ।ଅର୍ଚ୍ଚନାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀ ଓ ଶ୍ବଶୁର ଜଣେ ଜଣେ ଯୌତୁକ ଲୋଭି। ଧନ ସଂପତ୍ତି ପାଇଁ ସବୁବେଳେ ଅର୍ଚ୍ଚନାଙ୍କୁ ବାଡ଼ିଆ ପିଟା କରନ୍ତି,ନିର୍ଯାତନା ଦିଅନ୍ତି। ଏଥିପାଇଁ ଥାନାରେ କେଶ ବି ହେଇଛି।

ଅନ୍ୟପକ୍ଷରେ ପୋଲିସ ଅପହରଣ ଖବର ପାଇ ଶତ୍ରୁଘ୍ନଙ୍କ ଫୋନ୍ କୁ ଟ୍ରାକ୍
କରିବା ସହ ଉଦ୍ଧାର କରିଥିଲା। ଅର୍ଚ୍ଚନା ତାଙ୍କୁ ଜୀବନରେ ମାରିଦେବାକୁ ଧମକ ନେଇ ଭୟଭୀତ ଥିବା ବେଳେ ଶତ୍ରୁଘ୍ନଙ୍କ ସମୁଦୀ ଓ ଜ୍ବାଇଁ ଫେରାର ଥିବା କୁହା ଯାଉଛି। ପୋଲିସ ତଦନ୍ତ ଜାରି ରହିଛି ।

Share

Leave a Reply