ତାଳଚେର ପୁଲିସ ଓ ପ୍ରସିକ୍ୱିଟରଙ୍କ ସ୍ବତନ୍ତ୍ର ବୈଠକ, ଲୋକଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

You are currently viewing ତାଳଚେର ପୁଲିସ ଓ ପ୍ରସିକ୍ୱିଟରଙ୍କ ସ୍ବତନ୍ତ୍ର ବୈଠକ, ଲୋକଙ୍କୁ ତ୍ଵରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଓ ପ୍ରସିକ୍ୱିଟରଙ୍କ ଏକ ସ୍ବତନ୍ତ୍ର ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ଦଣ୍ଡବିଧାନ ହାର ବୃଦ୍ଧି ଏବଂ ପୁଲିସ ପ୍ରସିକ୍ୱିଟର ସହଯୋଗକୁ ସୁଦୃଢ଼ କରିବା ନେଇ ରଣନୀତି ପ୍ରସ୍ତୁତ ଓ ତ୍ଵରିତ ନ୍ୟାୟ ପାଇଁ ମିଳିତ ପ୍ରୟାସ କରିବା ବୈଠକର ମୂଳ ଲକ୍ଷ୍ୟ ଥିଲା।

ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡ ପୁଲିସ ଅଧିକାରୀ ଭରତ ଚରଣ ସାହୁ ସଭାପତିତ୍ବ କରିଥିଲେ। ଅନୁଗୁଳ ଜିଲ୍ଲାର ନବ ନିଯୁକ୍ତ ଉପ-ନିର୍ଦ୍ଦେଶକ ଅଭିଯୋଜନା ପ୍ରଦୀପ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଠକରେ ଉପସ୍ଥିତ ଥିବା ତାଳଚେର ସମସ୍ତ ପୁଲିସ ଥାନାର ଥାନାଧିକାରୀ ଓ ତାଳଚେର ଅଦାଲତର ସମସ୍ତ ପ୍ରସିକ୍ୟୁଟରଙ୍କୁ ନୂତନ କ୍ରିମିନାଲ ଆଇନ ଏବଂ ଏହାର ସଠିକ ଉପଯୋଗିତା ଉପରେ ଆଲୋକପାତ କରିଥିଲେ।

ବୈଠକରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ପବ୍ଲିକ ପ୍ରସେକ୍ୟୁଟର ଗିରିଜା ଶଙ୍କର ମିଶ୍ରଙ୍କ ସମେତ ଅନ୍ୟ ସ୍ଥାନୀୟ ନ୍ୟାୟାଳୟର ପ୍ରସିକ୍ୟୁଟର, ତାଳଚେର ପୁଲିସ ମଣ୍ଡଳର ସମସ୍ତ ଭାରପ୍ରାପ୍ତ ଥାନାଧିକାରୀ ଉପସ୍ଥିତ ଥିଲେ। ଶେଷରେ ଅନୁଗୁଳ ଅଦାଲତର ସରକାରୀ ଓକିଲ ପ୍ରଦୀପ ଭୂତିଆ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରକାଶ ଯେ, ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ ମୁତାବକ ଏଭଳି ବୈଠକ ପୂର୍ବରୁ ଚଳିତ ସପ୍ତାହ ଅନୁଗୁଳରେ ଏବଂ ଆଠମଲ୍ଲିକରେ ହୋଇଥିବା ବେଳେ ଗୁରୁବାର ତାଳଚେର ଏବଂ ପାଳଲହଡ଼ାରେ ଏହି ବୈଠକ ବସିଛି।

Share

Leave a Reply