ସାମାନ୍ୟ କଥାରୁ ମହାଭାରତ! କଟୁରୀ ଚୋଟରେ ଯୁବକ ଗୁରୁତର

You are currently viewing ସାମାନ୍ୟ କଥାରୁ ମହାଭାରତ! କଟୁରୀ ଚୋଟରେ ଯୁବକ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରେଜାଙ୍ଗ ଗ୍ରାମରେ କଟୁରୀ ଚୋଟରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ବଡକେରେଜାଙ୍ଗ ବଅଁରଡିହ ଗ୍ରାମର ଟୁନା ପ୍ରଧାନ(୨୨) ଗ୍ରାମ ପିଢ଼ ଦେଇ ଯାଉଥିବା ସମୟରେ ତାଙ୍କ ଭାଇ ରଞ୍ଜିତ ପ୍ରଧାନଙ୍କୁ ଉକ୍ତ ଗ୍ରାମର କିଶୋରୀ ପ୍ରଧାନଙ୍କ ଜ୍ୱାଇଁ ହର୍ଷ ବେହେରା ଗାଳିଗୁଲଜ କରୁଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ କାହିଁକି ମୋର ଭାଇକୁ ଗାଳିଗୁଲଜ କରୁଛ ବୋଲି ଟୁନା ହର୍ଷକୁ ପଚାରିବାରୁ ସେ ଏକ କଟୁରୀରେ ଟୁନାର ହାତକୁ ହାଣିଦେଇଥିଲେ।

ପରେ ହର୍ଷର ଶଳା ସାରଥି ପ୍ରଧାନ, ମା’ ତୁଳା ପ୍ରଧାନ ଓ ସ୍ତ୍ରୀ ମମତା ପ୍ରଧାନ ଟୁନାକୁ ସଂଘବଦ୍ଧ ହୋଇ ଆକ୍ରମଣ କରିବାକୁ ଚେଷ୍ଟା କରୁଥିବାବେଳେ ଟୁନା ସେଠାରୁ ଖସି ପଳାଇ ଯାଇଥିଲେ।

ଏ ନେଇ ଟୁନା ନିଶାଶିଳ୍ପାଂଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଥାନା କେସ ନଂ ୧୩୦/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply