ବଇଣ୍ଡା: ଆଜି କିଶୋରନଗର ବ୍ଲକ ବଇଣ୍ଡା ଜନତା ମହାବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ଧରଣୀଧର ସାହୁଙ୍କ ମହାବିଦ୍ୟାଳୟ ପରିସରରେ ଧରଣୀଧରଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି। ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ କୁମାର ପଣ୍ଡା ଯୋଗ ଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
ସେ କହିଥିଲେ, ଦୀର୍ଘ ୪୫ ବର୍ଷ ତଳେ ଧରଣୀଧର ଯେଉଁ ଦୀପ ଲଗାଇ ଦେଇଯାଇଛନ୍ତି। ସେହି ଦୀପ ଆଲୋକରେ ଆଜି ଅନେକ ଛାତ୍ରୀଛାତ୍ର ବଡ଼ ମଣିଷ ହୋଇଛନ୍ତି। ଶିକ୍ଷାର କିଭଳି ବିକାଶ ହେବ ଓ ସମସ୍ତଙ୍କ ପାଖରେ ପହଞ୍ଚିବ, ସେ ନେଇ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।
ଅନ୍ୟତମ ଅତିଥିଭାବେ ସାମାଜିକ କର୍ମୀ ରଣଜିତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଦସ୍ୟା ବିଷ୍ଣୁପ୍ରିୟା ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ପ୍ରଧାନ, ବିଜୟ ତ୍ରିପାଠୀ, ପୂର୍ବତନ ସରପଞ୍ଚ ଜଳଧର ସାହୁ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଅର୍ଜୁନ କୁମାର ସାହୁ, ଯୁବ ବିଜେଡି ବ୍ଲକ ସଭାପତି ଅରୁଣ କୁମାର ସାହୁ, ପ୍ରାଧ୍ୟାପକ କାଳନ୍ଦୀ ଚରଣ ପ୍ରଧାନ, ଅଧ୍ୟାପକ ଅସିତ କୁମାର ଜେନା, ଭଗବାନ ସାହୁ, ପ୍ରିୟରଞ୍ଜନ ସାହୁ, ମାନସ ସାହୁ, ଅଧ୍ୟାପକ ନିରଞ୍ଜନ ଦାସ, ଚନ୍ଦ୍ର ଶେଖର ସିଂ, ସୁନୀଲ ତ୍ରିପାଠୀ, ହାଡ଼ିବନ୍ଧୁ ପ୍ରଧାନ, ଅଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ବଇଣ୍ଡା କଲେଜରେ ପ୍ରତିଷ୍ଠାତା ଧରଣୀଧର ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
